ହସ୍ପିଟାଲ୍‌ ଭିତରେ ଭାବି ପତ୍ନୀଙ୍କୁ ଏଭଳି ଭାବେ ବିବାହ କଲେ କରୋନା ଆକ୍ରାନ୍ତ, ଦେଖନ୍ତୁ ହୃଦୟସ୍ପର୍ଶୀ ଏହି ଦୃଶ୍ୟର ଭିିଡିଓ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌ ହେତୁ ସ୍ବପ୍ନ ପାଲଟିଛି ଉତ୍ସବ, ପାଣିରେ ମେଳେଇ ଯାଉଛି କୋଟି କୋଟି ଲୋକଙ୍କ ଖୁସି। ମାତ୍ର ଆମେ ଆପଣଙ୍କୁ ଏପରି ଏକ ଦମ୍ପତିଙ୍କ କାହାଣୀ ଶୁଣାଇବୁ ଯାହା ଆପଣଙ୍କ ଆଖିରୁ ଲୁହ ଝରାଇ ଦେବ। ଆପଣଙ୍କର ମନେ ଥିବ ନିଶ୍ଚୟ ଯେ କିଛି ଦିନ ତଳେ କରୋନା ଭାଇରସ୍‌ ପଜିଟିଭ୍‌ ହୋଇ ସୁସ୍ଥ ହୋଇଥିବା ଜଣେ ବ୍ୟକ୍ତି ଡାକ୍ତରଖାନାରେ ତାଙ୍କ ପ୍ରେମିକାଙ୍କୁ ବିବାହ କରିଥିଲେ। ଡାକ୍ତରଖାନା ପକ୍ଷରୁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଥିଲା। ଏବେ ପୁଣି ଥ‌ରେ ସେହିପରି କିଛି ଘଟଣା ଘଟିଛି। ମାତ୍ର ଯେଉଁ ବ୍ୟକ୍ତି ଜଣକ ବିବାହ କରିଛନ୍ତି ସେ ଏବେ ମଧ୍ୟ କରୋନା ପିଜିଟିଭ୍‌ ରହି ଚିକିତ୍ସିତ ହେଉଛନ୍ତି।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ କରୋନା ଆକ୍ର‌ାନ୍ତ କାର୍ଲୋସ୍ ମୁନିଜ୍ ନାମକ ଜଣେ ବ୍ୟକ୍ତିଙ୍କର ତାଙ୍କ ପ୍ରେମିକା ଗ୍ରେସଙ୍କ ସହ ବିବାହ ସ୍ଥିର ହୋଇଥିଲା। ମାତ୍ର ସେ କରୋନା ପଜିଟିଭ୍‌ ଆସିବାରୁ ସେମାନଙ୍କ ବିବାହ ଅଧାରେ ରହିଥିଲ‌ା। ଏପରିକି କାର୍ଲୋସଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭେଣ୍ଟିଲେଟର୍‌ରେ ରଖାଗଲା ମଧ୍ୟ। ମାତ୍ର ଯେତେବେଳେ ହସ୍ପିଟାଲ୍‌ କର୍ମଚାରୀ କାର୍ଲୋସଙ୍କ ମୁର୍ହରୁ ତାଙ୍କ କାହାଣୀ ଶୁଣିଲେ ସେମାନେ ତାଙ୍କୁ ସହାଯ୍ୟ କରିବାକୁ ଆଗେଇ ଆସିଲେ। ସେମାନେ ସମସ୍ତ ପ୍ରକାର ବନ୍ଦୋବସ୍ତ କରିବା ପରେ ଶେଷରେ କାର୍ଲୋସ ହସ୍ପିଟାଲ୍‌ ପରିସର ମଧ୍ୟରେ ତାଙ୍କ ପ୍ରେମିକା ଗ୍ରେସଙ୍କୁ ବିବାହ କରିଛନ୍ତି।

ହସ୍ପିଟାଲର ଶଯ୍ୟାରେ ଶୋଇଥିବା ବେଳେ କାର୍ଲୋସ୍ ତାଙ୍କ ପ୍ରେମିକା ଗ୍ରେସଙ୍କୁ ବିବାହ କରିଥିଲେ ଏବଂ ସେମାନଙ୍କର  ପରିବାର ସଦସ୍ୟ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ସେମାନଙ୍କ ବିବାହର ଭାବପ୍ରବଣତା ଭରା ଭିଡିଓକୁ ଡାକ୍ତରଖାନା ପକ୍ଷରୁ ସୋସିଆଲ୍‌ ମିଡିଆରେ ସେୟାର୍‌ କରାଯାଇଛି।

 

ସମ୍ବନ୍ଧିତ ଖବର