ନୂଆଦିଲ୍ଲୀ: ବଜାରକୁ ଯାଇ କିଣାକିଣି କରି ଆଣିବାକୁ ପ୍ରାୟତଃ ସମସ୍ତଙ୍କୁ ପସନ୍ଦ। ଏଥିପାଇଁ ଲୋକେ ଛୋଟ ଦୋକାନ ଠାରୁ ଆରମ୍ଭ କରି ମଲକୁ ବି ଯାଇଥାଆନ୍ତି। ତେବେ ନିକଟରେ ଜଣେ ଗ୍ରାହକ କିଣାକିଣି କରିବାକୁ ମଲକୁ ଘୋଡା ଚଢ଼ି ଯାଇଥି‌ଲେ। ଏହି ଘଟଣାକୁ ହୁଏତ ଆପଣମାନେ କାଳ୍ପନିକ ବୋଲି ଭାବୁ ଥାଇ ପାରନ୍ତି। କିନ୍ତୁ ଏହା ବାସ୍ତବରେ ଘଟିଛି। ଯାହାର ଦୃଶ୍ୟ ଆପଣ ଭାଇରାଲ ହୋଇଥିବା ଭିଡିଓ ଦେଖି ଜାଣି ପାରିବେ।

Advertisment

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓରେ ଦେଖିବ‌ାକୁ ମିଳୁଛି,  ଜ‌ଣେ ଗ୍ରାହକ ଏକ ଧଳା ରଙ୍ଗର ଘୋଡା ଚଢ଼ି ସପିଂ ମଲକୁ ଆସୁଛନ୍ତି। ସେ କିଛି କିଣାକିଣି କରିବା ପାଇଁ ଉକ୍ତ ଘୋଡାରୁ ନଓହ୍ଲାଇ ସେପରି ଭାବେ ମଲ ଭିତରକୁ ଘୋଡା ନେଇ ପଶି ଯାଉଛନ୍ତି। ଆଉ ମଲ ଭିତରେ ସେପରି ଘୋଡା ଉପରେ ବସି ଜିନିଷ ପତ୍ର କିଣାକିଣି କରୁଛନ୍ତି।

ଉକ୍ତ ଗ୍ରାହକଙ୍କୁ ଏପରି ଭାବେ କିଣାକିଣି କରୁଥିବା ଦେଖି ଅନ୍ୟ ଗ୍ରାହକ ଓ ସପିଂ ମଲର କର୍ମଚାରୀମାନେ ଆଶ୍ଚର୍ଯ୍ୟ ହୋଇ ଭିଡିଓ କରିବା ଆରମ୍ଭ କରିଥିଲେ। ଏହି ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଗ୍ରାହକଙ୍କ କିଣାକିଣି କରିବାର ଦୃଶ୍ୟ ଭାଇରାଲ ହୋଇଯାଇଥିଲା।

ତେବେ ଏହି ଭିଡିଓ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଗ୍ରାହକ ଏମିତି ଘୋଡା ଚଢ଼ି ମଲ ଭିତରକୁ ପଶିବା ସମୟରେ ସୁରକ୍ଷାକର୍ମୀ କ’ଣ ଅଟକାଇ ନଥିଲେ। ତାଙ୍କୁ ଏପରି ଭାବେ ପ୍ରବେଶ ପାଇଁ କେମିତି ଅନୁମତି ଦିଆଗଲା।’