ଆରିଫଙ୍କ ପାଇଁ ନୂଆ ଜୀବନ ପାଇବା ପରେ ପାଖ ଛାଡ଼ୁନାହିଁ ପକ୍ଷୀ; ମାଲିକ ଯେଉଁଆଡେ ଯାଆନ୍ତି ସେ ବି ଉଡିଉଡ଼ି ପହଞ୍ଚିଯାଏ

ଆରିଫଙ୍କ ପାଇଁ ନୂଆ ଜୀବନ ପାଇବା ପରେ ପାଖ ଛାଡ଼ୁନାହିଁ ପକ୍ଷୀ; ମାଲିକ ଯେଉଁଆଡେ ଯାଆନ୍ତି ସେ ବି ଉଡିଉଡ଼ି ପହଞ୍ଚିଯାଏ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ  ହେଉଛି। ଏଥିରେ ମହମ୍ମଦ ଆରିଫଙ୍କୁ ଦେଖିବାକୁ ମିଳୁଛି । ସେ ଉତ୍ତରପ୍ରଦେଶରେ ଅମେଠିରେ ବସବାସ କରନ୍ତି।

ମିଡିଆ ରିପୋର୍ଟ ଅନୁଯାୟୀ, ଏକ ବର୍ଷ ପୂର୍ବେ ଆରିଫ ଏକ ପକ୍ଷୀକୁ ଆହତ ଅବସ୍ଥାରେ ଦେଖିଥିଲେ। ପକ୍ଷୀଟି ଗଭୀର ଭାବେ ଆଘାତ ପାଇଥିବାରୁ ସେ ଠିକ ଭାବେ ଉଡ଼ି ପାରୁ ନଥିଲା। ତେଣୁ ଆରିଫ ଉକ୍ତ ପକ୍ଷୀକୁ ଆହତ ଅବସ୍ଥ‌ାରେ ଉଦ୍ଧାର କରି ଘରକୁ ନେଇ ଆସିଥିଲେ। ପକ୍ଷୀକୁ କିଛି ଖାଇବାକୁ ଦେବା ସହିତ ତାକୁ ଲାଗିଥିବା ଆଘାତର ଚିକିତ୍ସା କରିଥିଲେ। ଧୀରେଧୀରେ ପକ୍ଷୀ ସୁସ୍ଥ ହେବାପରେ ଉଡ଼ିବାକୁ ଲାଗିଲା।

ଆରିଫ ବି ପକ୍ଷୀକୁ ବାନ୍ଧି ରଖିବାକୁ ଚାହିଁ ନଥିଲେ। ପକ୍ଷୀର ମନ ଯେଉଁଆଡେ ତାକୁ ସିଆଡେ ଉଡ଼ିଯିବାକୁ ସ୍ବାଧୀନତା ଦେଇଥିଲେ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ପକ୍ଷୀଟି କିଛି ବାଟ ଉଡିଯିବା ପରେ ପୁଣିଥରେ ଆରିଫଙ୍କ ପାଖକୁ ଫେରି ଆସିଥିଲା। ତାଙ୍କ ପାଖଛାଡ଼ି କେଉଁଆଡେ ବି ଯାଇ ନଥିଲା।

ଆରିଫ କୌଣସି କାମରେ ଘରୁ ବାହାରକୁ ଗଲେ ପକ୍ଷୀ ବି ତାଙ୍କ ସହିତ ଉଡିଉଡ଼ି ଯାଇଥାଏ। ଆରିଫ ଓ ପକ୍ଷୀଙ୍କ ମଧ୍ୟରେ ଏଭଳି ବନ୍ଧୁତା ବାସ୍ତବରେ ହୃଦୟସ୍ପର୍ଶୀ ରହିଛି।

ଏଦୁହିଁଙ୍କ ବନ୍ଧୁତାକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି। ଏଥିସହିତ ଆରିଫ ପକ୍ଷୀର ଜୀବନ ବଞ୍ଚାଇଥିବାରୁ ପ୍ରଶଂସା ବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe