ସବୁ ଲୋକ ନିଜ ଭବିଷ୍ୟତକୁ ଆଖି ଆଗରେ ରଖି କରୁଥିବା ଆୟରୁ କିଛି କିଛି ସଞ୍ଚୟ କରି ରଖିଥାନ୍ତି । ଲୋକମାନଙ୍କୁ ଏହି କାମରେ ସାହାଯ୍ୟ କରିବା ପାଇଁ ବିଭିନ୍ନ ବ୍ୟାଙ୍କ ମଧ୍ୟ ରହିଛି । କିନ୍ତୁ କିଛି ଲୋକ ନିଜେ ଆୟ କରୁଥିବା ଟଙ୍କା ବ୍ୟାଙ୍କରେ ଜମା ନ ରଖି ଘରେ ଜମା କରି ରଖିଥାନ୍ତି । ସେଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ଦକ୍ଷିଣ ଆମେରିକାର ଲୁସିୟାନାରେ । ଜଣେ ଲୋକ ନିଜ ୪୫ ବର୍ଷର ଜମା ପୁଞ୍ଜିକୁ ବ୍ୟାଙ୍କରେ ନ ରଖି ଘରେ ଜମା କରି ରଖିଥିଲେ । ୪୫ ବର୍ଷ ପରେ ସେ ତାଙ୍କର ଏହି ପୁଞ୍ଜିକୁ ବ୍ୟାଙ୍କରେ ଜମା କରାଇବେ ବୋଲି ମନସ୍ଥ କଲେ ।
/sambad/media/post_attachments/wp-content/uploads/2018/02/B9319456505Z.1_20151027184214_000_G0HCCKQ8H.1-0-300x225.jpg)
ସେଥିପାଇଁ ସେ ଜମା କରିଥିବା ପୁଞ୍ଜିକୁ ନେଇ ବ୍ୟାଙ୍କରେ ପହଞ୍ଚିଥିଲେ । ସେଠି ଯାହା ଘଟିଲା ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଓଥା ଏଣ୍ଡର୍ସ ୧୨ଟି ବଡ଼ ବଡ଼ କଏନ୍ ବକ୍ସ ନେଇ ପହଞ୍ଚିବା ସହ ଏହାକୁ ବଦଳାଇ ତାଙ୍କୁ ନୋଟ୍ ଦିଆ ଯାଉ ବୋଲି କହିଥିଲେ । ଏଣ୍ଡର୍ସଙ୍କ କଏନ ବକ୍ସକୁ ଦେଖି ବ୍ୟାଙ୍କ କର୍ମଚାରୀଙ୍କର ହୋସ ଉଡ଼ି ଯାଇଥିଲା । ଏତେ ସଂଖ୍ୟକ କଏନ୍କୁ ସେ କିପରି ଗଣିବେ ବୋଲି ବ୍ୟାଙ୍କ କର୍ମଚାରୀମାନେ ପ୍ରଥମେ ମନା କରି ଦେଇଥିଲେ । କିନ୍ତୁ ପରେ ଏହାକୁ ବଦଳାଇ ନୋଟ୍ ଦେବେ ବୋଲି ରାଜି ହୋଇଥିଲେ । ଶେଷରେ କଏନ୍ ଗଣା ଆରମ୍ଭ କରାଯାଇଥିଲା । ପାଖା ପାଖି ୫ ଘଣ୍ଟା ପରେ ଗଣତି ସରିଥିଲା । ଗଣତି ସରିବା ପରେ ତାହା ୩.୫ଲକ୍ଷ ଟଙ୍କା ହୋଇଥିଲା ବୋଲି ଜଣା ପଡ଼ିଛି ।
/sambad/media/post_attachments/wp-content/uploads/2018/02/rndr_782x440-300x169.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/88f135a483ef01fac8d7b920488085e4_L.jpg)