୪୫ ବର୍ଷର ଜମାପୁଞ୍ଜିକୁ ନେଇ ବ୍ୟାଙ୍କରେ ପହଞ୍ଚିଲେ ଯୁବକ, ଏହାକୁ ଦେଖି ବ୍ୟାଙ୍କ କର୍ମଚାରୀଙ୍କର ଉଡ଼ିଲା ହୋସ, କାରଣ କ’ଣ? ଆସନ୍ତୁ ଜାଣିବା….

0

ସବୁ ଲୋକ ନିଜ ଭବିଷ୍ୟତକୁ ଆଖି ଆଗରେ ରଖି କରୁଥିବା ଆୟରୁ କିଛି କିଛି ସଞ୍ଚୟ କରି ରଖିଥାନ୍ତି । ଲୋକମାନଙ୍କୁ ଏହି କାମରେ ସାହାଯ୍ୟ କରିବା ପାଇଁ ବିଭିନ୍ନ ବ୍ୟାଙ୍କ ମଧ୍ୟ ରହିଛି । କିନ୍ତୁ କିଛି ଲୋକ ନିଜେ ଆୟ କରୁଥିବା ଟଙ୍କା ବ୍ୟାଙ୍କରେ ଜମା ନ ରଖି ଘରେ ଜମା କରି ରଖିଥାନ୍ତି । ସେଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ଦକ୍ଷିଣ ଆମେରିକାର ଲୁସିୟାନାରେ । ଜଣେ ଲୋକ ନିଜ ୪୫ ବର୍ଷର ଜମା ପୁଞ୍ଜିକୁ ବ୍ୟାଙ୍କରେ ନ ରଖି ଘରେ ଜମା କରି ରଖିଥିଲେ । ୪୫ ବର୍ଷ ପରେ ସେ ତାଙ୍କର ଏହି ପୁଞ୍ଜିକୁ ବ୍ୟାଙ୍କରେ ଜମା କରାଇବେ ବୋଲି ମନସ୍ଥ କଲେ ।

ସେଥିପାଇଁ ସେ ଜମା କରିଥିବା ପୁଞ୍ଜିକୁ ନେଇ ବ୍ୟାଙ୍କରେ ପହଞ୍ଚିଥିଲେ । ସେଠି ଯାହା ଘଟିଲା ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଓଥା ଏଣ୍ଡର୍ସ ୧୨ଟି ବଡ଼ ବଡ଼ କଏନ୍‌ ବକ୍ସ ନେଇ ପହଞ୍ଚିବା ସହ ଏହାକୁ ବଦଳାଇ ତାଙ୍କୁ ନୋଟ୍‌ ଦିଆ ଯାଉ ବୋଲି କହିଥିଲେ । ଏଣ୍ଡର୍ସଙ୍କ କଏନ ବକ୍ସକୁ ଦେଖି ବ୍ୟାଙ୍କ କର୍ମଚାରୀଙ୍କର ହୋସ ଉଡ଼ି ଯାଇଥିଲା । ଏତେ ସଂଖ୍ୟକ କଏନ୍‌କୁ ସେ କିପରି ଗଣିବେ ବୋଲି ବ୍ୟାଙ୍କ କର୍ମଚାରୀମାନେ ପ୍ରଥମେ ମନା କରି ଦେଇଥିଲେ । କିନ୍ତୁ ପରେ ଏହାକୁ ବଦଳାଇ ନୋଟ୍‌ ଦେବେ ବୋଲି ରାଜି ହୋଇଥିଲେ । ଶେଷରେ କଏନ୍‌ ଗଣା ଆରମ୍ଭ କରାଯାଇଥିଲା । ପାଖା ପାଖି ୫ ଘଣ୍ଟା ପରେ ଗଣତି ସରିଥିଲା । ଗଣତି ସରିବା ପରେ ତାହା ୩.୫ଲକ୍ଷ ଟଙ୍କା ହୋଇଥିଲା ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର