ବାଛୁରୀର ଜୀବନ ବଞ୍ଚାଇବା ଲାଗି ନିଜ ଜୀବନକୁ ବାଜି ଲଗାଇଲେ ଦୁଇ ସାଙ୍ଗ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଏବେ ବି ଅନେକଙ୍କ ଭିତରେ ମଣିଷପଣିଆ ବଞ୍ଚି ରହିଛି । ଯେଉଁମାନେ ଏ ସୃଷ୍ଟିକୁ ପ୍ରାଣଭରି ଭଲପାଇବା ସହ ସମସ୍ତଙ୍କୁ ନିଜର ମନେକରନ୍ତି । ଅବଶ୍ୟ ଏମାନଙ୍କ ସଂଖ୍ୟା ଖୁବ କମ।  ସେମିତି ଦୁଇ ଜଣ ବ୍ୟକ୍ତିଙ୍କ ବିଷୟରେ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳୁଛି । ସୋସିଆଲ ମିଡିଆରେ ଘୂରି ବୁଲୁଥିବା ଏହି ଭିଡିଓଟିକୁ ଦେଖିଲେ ମଣିଷପଣିଆର ବାସ୍ନା ସ୍ବତଃ ବାରି ହୋଇଯାଉଛି । ଯେଉଁଠି ମଣିଷ ତାର ସ୍ବାର୍ଥ ପାଇଁ ନିଜ ଭାଇ, ବନ୍ଧୁ ଓ ପ୍ରିୟଜନଙ୍କୁ ମାରିବାକୁ ପଛାଉ ନାହିଁ, ସେଠି ଏହି ଦୁଇ ବନ୍ଧୁଙ୍କ କାମକୁ ଶ୍ରେଷ୍ଠ ବିବେଚନା କରାଯାଉଛି । ଭାଇରାଲ ହେଉଥିବା ଭିଡିଓରେ ଦୁଇ ବନ୍ଧୁ ନିଜ ଜୀବନକୁ ବାଜି ଲଗାଇ ଏକ ଗାତରେ ପଡିଥିବା ବାଛୁରୀର ଜୀବନ ବଞ୍ଚାଉଛନ୍ତି । ଦିନକୁ ଦିନ ସମାଜରେ ଅପରାଧିକ ମାମଲା ବଢିବାରେ ଲାଗୁଛି । ଯାହା ଆମ ଜୀବନରେ ଅନେକ ନକାରତ୍ମକ ଭାବନା ଭରିଦେଉଛି ।  ତେବେ ଏହି ଭିଡିଓଟି ଲୋକଙ୍କ ମନରେ ମଣିଷପଣିଆର ନୂଆ କିରଣ ନେଇ ଆସିବ ବୋଲି ଆଶା କରାଯାଉଛି ।

ଭିଡିଓରେ ଦୁଇ ବନ୍ଧୁ ନିଜ ଜୀବନକୁ ବିପଦରେ ପକାଇ ଏକ ଗାତରେ ପଡିଥିବା ବାଛୁରୀର ଜୀବନ ବଞ୍ଚାଉଥିବାର ଦୃଶ୍ୟ ସାମ୍ନାକୁ ଆସୁଛି । ଟୁଇଟରରେ ଫାଇଗେନ୍ ନାମରେ ଥିବା ଏକ ଆକାଉଣ୍ଟରୁ ଏହା ସେୟାର କରାଯାଇଛି। ଦୁଇ ବନ୍ଧୁ ଅକ୍ଳାନ୍ତ ପରିଶ୍ରମକରି ବାଛୁରୀକୁ ଗାତରୁ ବାହାରକରୁଥିବା ଦେଖିବାକୁ ମିଳୁଛି ।  ଜଣେ ଗାତ ଭିତରକୁ ଅଧାରୁ ଅଧିକ ପଶିଥିବା ବେଳେ ଅନ୍ୟ ଜଣେ ତାଙ୍କ ଗୋଡ଼କୁ ଧରି ତାଙ୍କୁ ବାହାରକୁ ଭିଡ଼ି ଆଣୁଛନ୍ତି । ଗାତ ଭିତରେ ଥିବା ବ୍ୟକ୍ତି ବାଛୁରୀକୁ ଧରି ବାହାରକୁ ଆଣୁଥିବା ଦେଖିବାକୁ ମିଳୁଛି । ବାଛୁରୀଟି ଯେତେବେଳେ ବାହାରକୁ ଆସୁଛି ତାର ମା ସଙ୍ଗେସଙ୍ଗେ ତା’ ନିକଟକୁ ଆସି ତାକୁ ଗେଲକରୁଛି, ମମତାର ଏ ମହାମିଳନକୁ ଯିଏ କେହି ଦେଖୁଛି ମାତୃତ୍ବର ପ୍ରତୃତ ମୁଲ୍ୟବୋଧକୁ ହୃଦୟଙ୍ଗମ କରିପାରୁଛି । ତେବେ ସୋସିଆଲ ମିଡିଆ ବ୍ୟବହାରକାରୀ ଯିଏ ଦେଖୁଛି ଏ ଦୁଇ ବନ୍ଧୁଙ୍କ ମଣିଷପଣିଆକୁ ସଲାମ କରୁଛି।

ସମ୍ବନ୍ଧିତ ଖବର