ନୂଆଦିଲ୍ଲୀ: ଇଣ୍ଟର୍ନେଟ୍ରେ ବିଭିନ୍ନ ପ୍ରକାରର ଭିଡିଓ ସବୁ ଭାଇରାଲ୍ ହୋଇଥାଏ। ତାହା ଭିତରେ ଏପରି କିଛି ଭିଡିଓ ଥାଏ ଯାହା ଇଣ୍ଟର୍ନେଟ୍ ବ୍ୟବହାରକାରୀଙ୍କ ମନକୁ ଛୁଇଁଯାଏ। ନିକଟରେ ଇଣ୍ଟର୍ନେଟ୍ରେ ଭାଇରାଲ୍ ହୋଇଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି ସିଡ଼ିରୁ ଖସି ପଡୁଥିବା ତାଙ୍କ ସହକର୍ମୀଙ୍କ ଜୀବନ ବଞ୍ଚାଉଛନ୍ତି।
View this post on Instagram
ଏହି ଭାଇରାଲ୍ ଭିଡିଓକୁ ଇନ୍ଷ୍ଟାଗ୍ରାମ୍ରେ ପୋଷ୍ଟ୍ କରିଛି ଗୁଡ୍ନିଉଜ୍ ମୁଭ୍ମେଣ୍ଟ୍। ଏବେ ସୁଦ୍ଧା ଏହି ଭିଡିଓର ଭିୟୁ ହୋଇ ସାରିଲାଣି ୩ ମିଲିୟନ୍। ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିିଛି ବ୍ୟକ୍ତି ଜଣକ ନିଜ କାମରେ ବ୍ୟସ୍ତ ଥିବା ବେଳେ ଠିକ୍ ସେହି ସମୟରେ ଏକ ସିଡ଼ିରୁ ଖସିପଡୁଛନ୍ତି ତାଙ୍କ ସହକର୍ମୀ। ବ୍ୟକ୍ତି ଜଣକ ତୁରନ୍ତ ମାଡ଼ି ଯାଇ ତାଙ୍କ ସହକର୍ମୀଙ୍କୁ ଧରିପକାଇ ତାଙ୍କୁ ତଳେ ପଡ଼ିବାରୁ ବଞ୍ଚାଇ ଦେଉଛନ୍ତି। ସିଡ଼ିଟି ଚଟାଣରେ ପଡ଼ିଯାଉଛି। ବ୍ୟକ୍ତିଙ୍କ ଉପସ୍ଥିତ ବୁଦ୍ଧି ତାଙ୍କ ସହକର୍ମୀଙ୍କୁ ଏକ ଭୟଙ୍କର ବିପଦରୁ ରକ୍ଷା କରିଛି। ଏହି ଭିଡିଓଟିକୁ ଇନ୍ଷ୍ଟାଗ୍ରାମ୍ରେ ଦେଖିବା ପରେ ଇନ୍ଷ୍ଟା ବ୍ୟବହାରକାରୀମାନେ ବ୍ୟକ୍ତିଙ୍କର ଖୁବ୍ ପ୍ରଶଂସା କରିଛନ୍ତି।
ଜଣେ ବ୍ୟବହାରକାରୀ ବ୍ୟକ୍ତି ଜଣକ ଯେଉଁଭଳି ଭାବେ ତାଙ୍କ ସହକର୍ମୀଙ୍କୁ ଧରିଲେ ତାହାକୁ ପ୍ରଶଂସା କରିଛନ୍ତି ତ ଅନ୍ୟ ଜଣେ ବ୍ୟକ୍ତିଙ୍କର ଉପସ୍ଥିତ କର୍ମକୁ ପ୍ରଶଂସା କରିଛନ୍ତି। କେହି କେହି ବ୍ୟକ୍ତିଙ୍କ ସଂପର୍କରେ ଜଣେ ଭଲ ମଣିଷର ପରିଚୟ ବୋଲି ବି ଲେଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/Untitled-35.jpg)