ନୂଆଦିଲ୍ଲୀ: ଇଚ୍ଛାମୃତ୍ୟୁ ମାଗିଥିଲେ, ମିଳିଲା ୫୦ଲକ୍ଷ। ଜଣେ ବ୍ୟକ୍ତି କିଛି ବର୍ଷ ପୂର୍ବେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଦୁର୍ଘଟଣାର ଶିକାର ହୋଇ ସୁସ୍ଥ ହେବା ପରେ ସେ ବିଭିନ୍ନ ରୋଗରେ ପୀଡିତ ହୋଇଥିଲେ। କିଛି କାମ ନକରିପାରିବାରୁ ଆର୍ଥିକ ସମସ୍ୟା ଦେଖାଦେଇଥିଲା, ଯାହା ଫଳରେ ତାଙ୍କର ଦିନକୁ ମୁଠେ ଖାଇବା ଅସମ୍ଭବ ହୋଇପଡ଼ିଥିଲା। କିଛି ଦିନ ଏଭଳି ହେବା ପରେ ବ୍ୟକ୍ତିଜଣକ ପ୍ରତିଦିନ ନଖାଇ ନପିଇ ବଞ୍ଚିବାର ଯୁଦ୍ଧକୁ ଆଉ ଲଢ଼ିବାକୁ ଚାହିଁନଥିଲେ। ଏଥିପାଇଁ ସେ ଇଚ୍ଛାମୃତ୍ୟୁ ମାଗିଥିଲେ। ହେଲେ ତାଙ୍କୁ ଜଣାନଥିଲା, ଏଇଠୁ ତାଙ୍କ ଜୀବନର ନୂଆ ଆରମ୍ଭ ହେବ। ଇଚ୍ଛାମୃତ୍ୟୁ ମାଗିବା କ୍ଷଣି ତାଙ୍କୁ ଲୋକ ଆର୍ଥିକ ସହାୟତା ପଠାଇବା ଆରମ୍ଭ କରିଥିଲେ। ଚାହୁଁ ଚାହୁଁ ତାଙ୍କ ପାଖକୁ ୫୦ଲକ୍ଷ ଟଙ୍କା ଆସିଯାଇଥିଲା।
ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। କାନାଡାରେ ରହୁଥିବା ୫୪ବର୍ଷୀୟ ଆମୀର ଫରସୌଦଙ୍କ ସହ ଏଭଳି ଘଟିଛି। ଦୁର୍ଘଟଣା ପରେ ସେ ଚାଲିପାରୁନଥିବା ସହ ଅନେକ ଶାରୀରିକ ସମସ୍ୟା ଦେଖା ଦେଇଥିଲା। ଟଙ୍କା ନଥିବାରୁ ସେ ନିଜର ଚିକିତ୍ସା କରିପାରୁନଥିଲେ। ଏହା ସହ ଦିନକୁ ଓଳିଏ ଖାଇବା ବି ତାଙ୍କ ପାଇଁ ସମ୍ଭବ ନଥିଲା। ଏଭଳି ଜୀବନ ବଞ୍ଚିବାକୁ ଚାହୁଁନାହିଁ ବୋଲି କହି ଇଚ୍ଛାମୃତ୍ୟୁ ମାଗିଥିଲେ ଆମୀର। ଏମଧ୍ୟରେ ତାଙ୍କ ପାଇଁ ଆଶାର ଆଲୋକ ହୋଇ ଆସିଥିଲେ ଏଫି। ଆମୀରଙ୍କ ସମସ୍ୟା ଜାଣି ଏଫି 'ଗୋଫଣ୍ଡମି' ୱେବସାଇଟରରେ କ୍ରାଉଡଫଣ୍ଡିଂ ଆରମ୍ଭ କରିଥିଲେ। ଏଫି ଏହି ଅଭିଯାନର ନାଁ ଦେଇଥିଲେ 'ଚୁଜ୍ ଟୁ ଲିଭ୍'। ଏପର୍ଯ୍ୟନ୍ତ ୧୨୦୦ଜଣ ପ୍ରାୟ ୫୦ଲକ୍ଷ ଦାନ କରିସାରିଥିବା ଜଣାପଡ଼ିଛି। ଟଙ୍କା ଆସିବାରୁ ଏବେ ଆମୀର ଇଚ୍ଛାମୃତ୍ୟୁ ପାଇଁ କରିଥିବା ଆବେଦନ ଫେରାଇ ନେବାକୁ ଚିନ୍ତା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/ସ-298.jpg)