୧୦୦ଟଙ୍କାରୁ କମ ମୂଲ୍ୟରେ ମିଳୁଛି ହ୍ବିସ୍କି ଏବଂ ବିୟର, ମେନୁ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି ଲୋକେ

ନୂଆଦିଲ୍ଲୀ: ବଦଳୁଛି ଲୋକଙ୍କ ଚଳଣି, ଖାଦ୍ୟପେୟ ଓ ବ୍ୟବହାର, ବଢ଼ୁଛି ମଦ୍ୟପାନ ପ୍ରତି ଉତ୍କଣ୍ଠା । ଅଧିକାଂଶ ଲୋକ ଏପରି ଅପ ସସ୍କୃତିକୁ ଆପଣେଇଲେଣି, କୌଣସି ଉତ୍ସବ ତ ଛାଡ଼ ଶେଷକୁ ଅନ୍ତିମକ୍ରିୟା ପାଇଁ ଯାଇ ଶ୍ମଶାନ ଘାଟରେ ମଧ୍ୟ ମଦ୍ୟପାନ କରିବାକୁ ପଛାଉନାହାଁନ୍ତି । କେତେକ ଲୋକ ନିଜର ସୌଖିନ୍ ପାଇଁ ବିଭିନ୍ନ ପ୍ରକାରର ମଦକୁ ଘରେ ରଖିଥିବା ବେଳେ, ଆଉକିଛି ଲୋକ ରେସ୍ତୋରାଁ ଯିବାକୁ ପସନ୍ଦ କରନ୍ତି ।

ରେସ୍ତୋରାଁ ଗୁଡିକରେ ମଦ୍ୟପାନର ମୂଲ୍ୟ ଅଧିକ ହୋଇଥିବାରୁ କିଛିଲୋକ ଯାଇପାରନ୍ତି ନାହିଁ । କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ ନୌସେନା ଅଧିକାରୀଙ୍କ ପାଇଁ ମଦର ମୂଲ୍ୟ ବହୁତ୍ କମ୍ ରହିଛି । ନୌସେନା ଅଧିକାରୀଙ୍କ ମେସର ଏକ ଫଟୋ ଅନ୍ ଲାଇନରେ ସାମ୍ନାକୁ ଆସିଛି। ଯେଉଁଥିରେ ଏକ ମେନୁ ଥିବା ଦେଖିବାକୁ ମିଳୁଛି। ସେଥିରେ ମଦର ଯେଉଁ ମୂଲ୍ୟ ଲେଖାଯାଇଛି । ତାହା ଇଣ୍ଟରନେଟ୍ ବ୍ୟବହାରକାରୀଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଅନନ୍ତ ନାମକ ଜଣେ ଟ୍ୱିଟର ବ୍ୟବହାରକାରୀ ଏହି ଫଟୋକୁ ସେୟାର କରିଛନ୍ତି । ମେନୁରେ ବହୁ କମ୍ପାନିର ହ୍ବିସ୍କି ଏବଂ ବିୟର ମୂଲ୍ୟ ଅତି କମ୍ ଥିଲା । ଅଧିକାଂଶ ମଦର ମୂଲ୍ୟ ୧୦୦ଟଙ୍କା ତଳେ ଥିଲା। ମଦର ଏପରି ମୂଲ୍ୟ ନେଇ ଇଣ୍ଟରନେଟ ବ୍ୟବହାରକାରୀମାନେ  ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଅଣସଂରକ୍ଷିତ ବ୍ୟକ୍ତିଙ୍କ ପାଇଁ ସେନା କର୍ମଚାରୀଙ୍କୁ ଏହି ସୁବିଧାରୁ ବଞ୍ଚିତ କରାଯାଇଛି, ସେମାନଙ୍କୁ ମଦ ଏବଂ ଖାଦ୍ୟ ସାମଗ୍ରୀ ଆର୍ମି କ୍ୟାଣ୍ଟିନରେ ଅତି କମରେ ୧୦-୧୫% ରିହାତି ମିଳୁଛି । ଏହି ପୋଷ୍ଟଟି ସୋସିଆଲ ମିଡିଆରେ ଆକର୍ଷଣ ପାଲଟିଛି ।

ବର୍ତ୍ତମାନ ପର୍ଯ୍ୟନ୍ତ, ଏହାକୁ ୨୨ହଜାର ୭ଶହରୁ ଅଧିକ ଲୋକ ଦେଖିସାରିଲେଣି । ଜଣେ ଉପଭୋକ୍ତା କହିଛନ୍ତି, “ହାହାହା, ଏହା ଏକ ଡିଏସଓଆଇ ମେନୁ ପରି ଦେଖାଯାଉଛି। ବହୁତ ବଢ଼ିଆ ! ବେଙ୍ଗାଲୁରୁରେ ଆମେ ୫୦୦ଟଙ୍କା ଦେଇ କିଙ୍ଗଫିସର ପାଉଛୁ |”

ସମ୍ବନ୍ଧିତ ଖବର