ବିରାଟଙ୍କୁ ଦେଖା କରିବାକୁ ମନ୍ଦିରରେ ଘଣ୍ଟାଘଣ୍ଟା ଧରି ଅପେକ୍ଷା କରି ରହିଥି‌ଲେ କପିଲ, ସେୟାର କ‌ଲେ ନିଜ ଅନୁଭୂତି

ନୂଆଦିଲ୍ଲୀ: ଆପଣଙ୍କ ସହିତ ଏମିତି କେବେ ଘଟିଛି କି? ଆପଣ ରାସ୍ତାରେ ଯାଉଥିବେ ଆଉ ଆପଣ ଯାହାଙ୍କ ଫ୍ୟାନ ତାଙ୍କୁ ଭେଟିବେ। ସେ ଅନୁଭବ କିଭଳି ଥିବ ଥରେ ଭାବି ଦେଖନ୍ତୁ ତ? ଏମିତି ଏକ ଘଟଣା କ୍ରିକେଟ ଖେଳାଳି ବିରାଟ କୋହଲିଙ୍କ ବଡ଼ ଫ୍ୟାନ କପିଲଙ୍କ ସହିତ ଘଟିଛି।

ନୈନିତାଲ‌ରେ କାଇଞ୍ଚି ଧାମ ମନ୍ଦିରରେ ଯାତ୍ରା ସମୟରେ ବିରାଟ କୋହଲି ଓ ତାଙ୍କ ପରିବାରକୁ ଭେଟିଥିଲେ କପିଲ। ବିରାଟଙ୍କୁ ଭେଟିଥିବା ଫୋଟକୁ କପିଲ ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଯାହାକୁ ୩୦ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି।

କପିଲ କହିଛନ୍ତି କି, ତାଙ୍କୁ ଓ ତାଙ୍କ ସାଙ୍ଗମାନଙ୍କୁ ଖବର ମିଳିଥିଲା କି ବିରାଟ କୋହଲି ଓ ତାଙ୍କ ପରିବାର ନୈନିତାଲର ପ୍ରସିଦ୍ଧ ମନ୍ଦିରକୁ ଦର୍ଶନ କରିବାକୁ ଆସୁଛନ୍ତି। କିନ୍ତୁ ତାଙ୍କ ଯାତ୍ରା ସମୟ ଜଣା ନଥିଲା। କୋହଲିଙ୍କ ଗୋଟିଏ ଝଲକ ପାଇବା ପାଇଁ ସେ ଓ ତାଙ୍କ ସାଙ୍ଗ ସକାଳ ୬ଟା ବାହାରି ମନ୍ଦିରରେ ପହଞ୍ଚି ଯାଇ ବିରାଟଙ୍କ ଆସିବା ବାଟକୁ ଅନାଇ ରହିଥିଲେ। ଅପେକ୍ଷାର ଫଳ ମିଠା ହେବା ଭଳି ସେ ବିରାଟଙ୍କ ଭେଟ ପାଇଥିଲେ ଓ ତାଙ୍କ ସହିତ ସେଲଫି ବି ଉଠାଇଥିଲେ।

ସେ ସେୟାର କରିଥିବା ଏହି ଭିଡିଓ ନଭେମ୍ବର ୧୭ର ରହିଛି।

 

View this post on Instagram

 

A post shared by Kapil🧃 (@kapiljpeg)

ସମ୍ବନ୍ଧିତ ଖବର