ଏହି ୨ ନାରୀଙ୍କର ଯତ୍ନ ନେବା ପ୍ରତି ପୁରୁଷଙ୍କ ପାଇଁ ଅନିବାର୍ଯ୍ୟ, ଏମାନଙ୍କୁ ଅଣଦେଖା କଲେ ସାର୍ଥକ ହୁଏନି ଜୀବନ

ଶାସ୍ତ୍ର ଅନୁସାରେ ଜଣେ ପୁରୁଷ ଜନ୍ମ ଲାଭ କରିବା ବେଳେ ଅନେକଗୁଡ଼ିଏ ଦାୟିତ୍ୱ ମୁଣ୍ଡରେ ନେଇ ପୃଥିବୀକୁ ଆସିଥାନ୍ତି। ସେ ଦାୟିତ୍ୱ ନ ନିଭାଇଲେ ତାଙ୍କୁ ପାପୀ ବିବେଚନା କରାଯାଏ। ଖାଲି ପୁରୁଷ କାହିଁକି ଦାୟିତ୍ୱ ତ ନାରୀଙ୍କ ମୁଣ୍ଡରେ ବି ଥାଏ। ମାତ୍ର ଆଜି ଆମେ ଏ ବିଷୟରେ ଆଲୋଚନା କରିବା ଯେ ପୁରୁଷ କେଉଁ ଦୁଇ ନାରୀଙ୍କ ଯତ୍ନ ନେବା ପାଇଁ ଯନ୍ମ ହୋଇଥାନ୍ତି। କେଉଁ ୨ ନାରୀଙ୍କ ଯତ୍ନ ନ ନେଲେ ସେମାନଙ୍କ ଜୀବନର ସାର୍ଥକତା ଆସିନଥାଏ। ଆପଣ ଜାଣନ୍ତି କି? ଆହୁରି ବି କଥା ରହିଛି ଯେ ପୁରୁଷ ଯଦି ନିଜ କର୍ତ୍ତବ୍ୟ ଠିକ୍‌ ଭାବେ ତୁଲାଇ ନପାରନ୍ତି ପରବର୍ତ୍ତୀ ଜନ୍ମରେ ସେ ଜଣେ ପୁରୁଷ ହେବାରୁ ବଞ୍ଚିତ ହୁଅନ୍ତି।

କୁହାଯାଏ ଯେ ଜଣେ ପୁରୁଷର ଜୀବନରେ ଦୁଇ ଜଣ ନାରୀ ଅନେକ ଗୁରୁତ୍ୱ ରଖନ୍ତିି। ଏହି ନାରୀଙ୍କ ଭିତରୁ କାହାକୁ ଅଧିକ ଓ କାହାକୁ କମ୍‌ ପ୍ରାଧାନ୍ୟ ଦେବା ପୁରୁଷ ପାଇଁ ପାପ ହୋଇଥାଏ। ଏହି ଦୁଇ ନାରୀ ସମାନ ପରିମାଣ ସ୍ନେହ ଓ ସମ୍ମାନ ପାଇବା ପାଇଁ ଯୋଗ୍ୟା। ସେ ଦୁହେଁ ହେଉଛନ୍ତି ଯିଏ ଆପଣଙ୍କୁ ଜନ୍ମ ଦେଇଛନ୍ତି ଅର୍ଥାତ ଆପଣଙ୍କ ମାଆ ଏବଂ ଦ୍ୱିତୀୟ ଜଣକ ହେଉଛନ୍ତିି ଯିଏ ଆପଣଙ୍କ ପାଇଁ ସଂସାରରେ ଜନ୍ମ ନେଇଛନ୍ତି ଅର୍ଥାତ ପତ୍ନୀ।

ଜନ୍ମଠାରୁ ଆରମ୍ଭ କରି ଆପଣଙ୍କ ଯତ୍ନ ନେଇ ଲାଳନପାଳନ କରିବାରେ ମାଆ ଯେତିକି ସମୟ ଆପଣଙ୍କ ଉପରେ ବିତାଇଥାନ୍ତି, ଠିକ୍‌ ସେତିକି ସମୟ ବିତାଇବା ପାଇଁ ଅଗ୍ନିକୁ ସାକ୍ଷୀ ରଖି ପତ୍ନୀ ନିଜ ଘରଛାଡ଼ି ଆପଣଙ୍କ ହାତ ଧରନ୍ତି। ଜଣେ ଯତ୍ନ ନେଇ ଆପଣଙ୍କୁ ଶକ୍ତ କରାଇଥିବା ବେଳେ ଆଉ ଜଣେ ଜୀବନ ଯାକ ଯତ୍ନ ନେବାର ପଣ କରି ସାହସ ଯୋଗାନ୍ତି।

ଏଣୁ, ଏହି ୨ ନାରୀ କୌଣସି ମତେ କଷ୍ଟ ପାଇଲେ ପୁରୁଷ ଆଗକୁ ଯାଇପାରେନା। ଏମାନଙ୍କ ମଧ୍ୟରୁ କେହି ଜଣେ ବି ଦୁଃଖୀ ହେଲେ ପୁରୁଷ ଜୀବନରେ କେବେ ସୁଖୀ ହୋଇପାରେନା ବୋଲି କଥା ରହିଛି।

ସମ୍ବନ୍ଧିତ ଖବର