ନୂଆଦିଲ୍ଲୀ: ମେଟ୍ରୋ ଟ୍ରେନରେ ପ୍ରେମୀଯୁଗଳ ଅନ୍ତରଙ୍ଗ ହେବାଠାରୁ ଆରମ୍ଭ କରି ଯାତ୍ରୀ ଗୀତ ଗାଇବା ସହିତ ନୃତ୍ୟ କରୁଥିବାର ଅନେକ ଘଟଣା ସାମ୍ନାକୁ ଆସିଛି। ଏହି କ୍ରମରେ ଜଣେ ଯୁବକ ମେଟ୍ରୋ ଟ୍ରେନରେ ପୋଷାକ ଓହ୍ଲାଇ ସ୍ନାନ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଘଟଣା ଟି ନ୍ୟୁୟର୍କ ସିଟିରେ ଘଟିଥିବା ଜଣାପଡ଼ିଛି।

Advertisment

ସୂଚନାଯୋଗ୍ୟ, ଜଣେ ଯୁବକ ମେଟ୍ରୋ ଟ୍ରେନରେ ଯାତ୍ରା କରୁଥିବା ବେଳେ ହଠାତ ସେ ସିଟରୁ ଉଠି ପଡ଼ି ଧୀରେଧୀରେ  ପିନ୍ଧିଥିବା ପୋଷାକସବୁ ଖୋଲିଥିଲେ । ଆଉ ତାଙ୍କ ପାଖରେ ଥିବା ସୁଟକେସରୁ ପାଣି ବୋତଲ ବାହାର କରି ସ୍ନାନ କରିଥିଲେ। କେବଳ ଏତିକି ନୁହେଁ ସେ ସାବୁନ ଲଗାଇ ତଉଲିଆରେ ଘ‌ଷି ବି ହୋଇଥି‌ଲେ। ଯୁବକଙ୍କ ଏଭଳି କାମ ଦେଖି ମେଟ୍ରୋ ଟ୍ରେନରେ ତାଙ୍କ ସହ ଯାତ୍ରା କରୁଥିବା ସହଯାତ୍ରୀମାନେ ଆଶ୍ଚର୍ଯ୍ୟ ହୋଇଯିବା ସହ ସିଟରୁ ଉଠି ଚାଲି ଯାଇଥିଲେ। ଯୁବକ ଜଣକ ଏପରି କାହିଁକି କରିଥିଲେ ତାହା ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଜଣାପଡ଼ି ନଥିଲା।

ତେବେ ଏହି ଘଟଣାର ଦୃଶ୍ୟକୁ ମେଟ୍ରୋରେ ଯାତ୍ରା କରୁଥିବା ‌ଯାତ୍ରୀଙ୍କ ମଧ୍ୟରୁ କେହି ଜଣେ ରେକର୍ଡ କରି ସୋସିଆଲ ମିଡିଆରେ ପୋଷ୍ଟ କରି ଦେଇଥିଲେ। ଏହାପରେ ଏହି ଘଟଣାର ଭିଡିଓ ମୋବାଇଲରୁ ମୋବାଇଲକୁ  ଘୁରି ବୁଲୁଛି।