ଗୁରୁଗ୍ରାମ: ଗୁରୁଗ୍ରାମ ସେକ୍ଟର-୯ରେ ରହୁଥିବା ୪୩ ବର୍ଷୀୟ ଜଣେ ଯୁବକ ମୃତ୍ୟୁକୁ ଅତି ନିକଟରୁ ଦେଖି ଫେରିଥିବା କଥା କହିଛନ୍ତି। ରାଜେଶ କୁମାର ମଙ୍ଗଳବାର ସକାଳେ ଗାଡ଼ିରେ ସିଏନ୍ଜି ଭରିବା ପାଇଁ ବାହାରିଥିଲେ। ଏହି ନିଷ୍ପତ୍ତି ସେ ତାଙ୍କୁ ଏତେ ବଡ ଅସୁବିଧାରେ ପକାଇ ଦେବେ ସେ ନେଇ କୌଣସି ଅନ୍ଦାଜ ନଥିଲା। ସମୟ ବଞ୍ଚାଇବା ରାଜେଶ ସକାଳୁ ସକାଳୁ ସିଏନ୍ଜି ଭରିବା ପାଇଁ ବାହାରିଥିଲେ। ସିଏନ୍ଜି ଭରିବା ପରେ ସେ ହିରୋ ମୋଟୋକାର୍ପର ଫ୍ୟାକ୍ଟ୍ରି ପାଖରେ ଥିବା ଅଣ୍ଡରପାସ୍ରେ ପହଞ୍ଚିଥିଲେ । ସେଠାରେ ତାଙ୍କୁ ସବୁକିଛି ସାଧାରଣ ଲାଗିଥିଲା କିନ୍ତୁ ହଠାତ୍ ଏକ ବଡ଼ ଲହଡି ଆସି ପାଣି ତାଙ୍କ ମୁହଁ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା। ସବୁଆଡେ ଜଳମଗ୍ନ ଦେଖା ଯାଇଥିଲା ସେ କ’ଣ କରିବେ କିଛି ବୁଝି ପାରି ନଥିଲେ। କିଛି ସମୟ ପାଇଁ ରାଜେଶକୁ ଲାଗିଲା ସେ ଏଥିରୁ ଆଉ ବାହାରି ପାରିବେ ନାହିଁ ତାଙ୍କର ମୃତ୍ୟୁ ହୋଇଯିବ।
Sambad is now on WhatsApp
Join and get latest news updates delivered to you via WhatsApp
ମନକୁ ଦୃଢ଼ କରି କଳେବଳେ କୌଶଳେ ପାଣିରୁ ବାହାରି ଆସିଥିଲେ ସେ। ତାଙ୍କ ପର୍ସ, ଗାଡ଼ି କାଗଜପତ୍ର ଓ ଏଟିଏମ୍ କାର୍ଡ ସବୁକିଛି ଗାଡ଼ି ଭିତରେ ରହି ଯାଇଥିଲା। ସେ ଏହି ଘଟଣାରେ ଫସିବା ପରେ ପୁଲିସକୁ ୩୦ଥର ଫୋନ୍ କରିଥିଲେ କିନ୍ତୁ କୌଣସି ଉତ୍ତର ମିଳି ନଥିଲା ବୋଲି କହିଛନ୍ତି। ପିସିଆର୍କୁ ଫୋନ୍ କରିବାରୁ ସମସ୍ତେ ଡିୟୁଟିରେ ଥିବା କଥା କୁହାଯାଇଥିଲା।