ନୂଆଦିଲ୍ଲୀ: ସମୟ ସମୟରେ କିଛି ଅଲଗା କରିବାକୁ ଯାଇ ମଣିଷ ବିପଦକୁ ସାମ୍ନା କରିଥାଏ। ଏମିତି କରିବା ଦ୍ବାରା ଦୁର୍ଭାଗ୍ୟବଶତଃ ବେଳେ ବେଳେ ଜୀବନ ବିପଦରେ ପଡ଼ିଥାଏ ତ ଆଉ କେତେ ବେଳେ ଏଭଳି ଜିଦ ହେତୁ ଜୀବନ ବଳି ପଡ଼ି ଯାଇଥାଏ। ନିକଟରେ ଜଣେ ଯୁବକ ନିଜ ସାଙ୍ଗ ସହିତ ବାଜି ଲଗାଇ ମୋବାଇଲ ଫୋନ ଗିଳି ଦେଇଥିବାର ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଘଟଣାଟି ଇଜିପ୍ଟରେ ଘଟିଥିବା ସୂଚନା ରହିଛି।
ନିଜର ପରିଚୟ ଗୋପନ ରଖିଥିବା ଜଣେ ବ୍ୟକ୍ତି ସାଙ୍ଗ ସହିତ ବାଜି ଲଗାଇ ଏକ ମୋବାଇଲ ଫୋନକୁ ଗିଳି ଦେଇଥିଲେ ବୋଲି ଜଣାପଡ଼ିଛି। ତେବେ ମୋବାଇଲ ଫୋନ ଗିଳି ଦେବା ପରେ କଲ କଲେ କେମିତି ଶବ୍ଦ କରୁଛି ଯୁବକ ଜଣକ ତାଙ୍କ ବନ୍ଧୁକୁ ତାହା ଶୁଣାଇବାକୁ ଚାହୁଁଥିବାରୁ ଏଭଳି ବିପଦକୁ ଆପଣାଇଥିଲେ। ଏହି ଅଦ୍ଭୁତ ପଦକ୍ଷେପ ଦ୍ବାରା ଯୁବକ ଜଣକଙ୍କ ଜୀବନ ଚାଲିଯିବାର ଅନେକ ଆଶଙ୍କା ବି ରହିଥିଲା।
/sambad/media/post_attachments/wp-content/uploads/2020/11/whatsapp-image-2020-11-15-at-17.27.05_202011518354-300x176.jpeg)
ଆଶ୍ଚର୍ଯ୍ୟ କଥା ଯୁବକ ଗିଳି ଦେଇଥିବା ମୋବାଇଲକୁ କଲ କଲେ ପେଟ ଭିତରୁ ଘଣ୍ଟି ବାଜିବା ପରି ଶବ୍ଦ କିଛି ଘଣ୍ଟା ଲାଗି ଶୁଣିବାକୁ ମିଳିଥିଲା। ମୋବାଇଲକୁ ପେଟ ଭିତରୁ ବାହାର କରିବା ପାଇଁ ବ୍ୟକ୍ତି ଜଣକ ଉପଚାର ଆପଣାଇଥିଲେ। ଅନେକ ଜିନିଷ ଖାଇବା ପରେ ବି ପେଟ ଭିତରୁ ମୋବାଇଲ ଫୋନ ବାହାରି ନ ଥିଲା। ଦିନକୁ ଦିନ ତାଙ୍କ ପେଟରେ ଯନ୍ତ୍ରଣା ହେବାକୁ ଲାଗିଥିଲା। ସେ ୭ମାସ ପରେ ଡାକ୍ତରଙ୍କ ପାଖକୁ ଯାଇଥିଲେ।
ଉତ୍ତର କାଏରୋର ଏକ ଡାକ୍ତରଖାନାରେ ଡାକ୍ତର ମହମ୍ମଦ ଅଲ ଜଜର ତାଙ୍କ ପେଟର ଅସ୍ତ୍ରୋପଚାର କରିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏଭଳି ଘଟଣା ସେ ତାଙ୍କ ଡାକ୍ତରୀ ଜୀବନରେ କେବେ ଦେଖି ନ ଥିବା କହିଥିଲେ। ତୁରନ୍ତ ବ୍ୟକ୍ତିଙ୍କ ଅସ୍ତ୍ରୋପଚାର କରି ପେଟ ଭିତରୁ ମୋବାଇଲକୁ ବାହାର କରିଥିଲେ। ଏବେ ଯୁବକ ଜଣକ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/୮୯୯.jpg)