ନୂଆଦିଲ୍ଲୀ: ଜଣେ ବ୍ୟକ୍ତିଙ୍କୁ କୁମ୍ଭୀର ସହିତ ଗାଧୋଇବା ନିଶା ମହଙ୍ଗା ପଡ଼ିଛି। କୁମ୍ଭୀର ସହିତ ଯୁବକ ଜଣକ ଗାଧୋଉଥିବା ସମୟରେ ହଠାତ ଆକ୍ରମଣ ଶିକାର ହୋଇଥିଲେ। ସୌଭାଗ୍ୟବଶତଃ ଯୁବକ ଜଣକଙ୍କ ଜୀବନ ରକ୍ଷା ପାଇ ଯାଇଛି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓଟି ଫ୍ଲୋରିଡାର ବୋଲି କୁହାଯାଉଛି।
ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି କି, ଜଣେ ବ୍ୟକ୍ତି ନଦୀରେ ଦୁଇଟି କୁମ୍ଭୀର ସହ ଗାଧୋଉଥିଲେ। ଠିକ ଏହି ସମୟରେ ଗୋଟିଏ କୁମ୍ଭୀର କୌଣସି କାରଣବଶତଃ ପାଟିକୁ ଆଁ କରି ବ୍ୟକ୍ତିଙ୍କ ଆଡକୁ ମାଡି ଆସି ଆକ୍ରମଣ କରିଥିଲା। କୁମ୍ଭୀରକୁ ନିଜ ଆଡକୁ ମାଡ଼ି ଆସୁଥିବା ଦେଖି ବ୍ୟକ୍ତିଜଣକ ଉପସ୍ଥିତ ବୁଦ୍ଧି ଖଟାଇ କୁମ୍ଭୀର ମୁହଁରେ ଶକ୍ତ ଆଘାତ ଦେଇ ପାଣି ଭିତରୁ ଜୀବନବିକଳରେ ବାହାରି ଆସିଥିଲେ।
Why would you even go in there? pic.twitter.com/6Xs3vkXAoI
— When Animals Attack (@Animalsandfools) October 14, 2020
ତେବେ କୁମ୍ଭୀର ଆକ୍ରମଣର ଏହି ଭିଡିଓକୁ ଅକ୍ଟୋବର ୧୩ରେ ମ୍ୟୁଜିକ ଆର୍ଟିଷ୍ଟ ତୁଣ୍ଡେ ଆଡନଟ ସେୟାର କରିଥିଲେ। ଏଥିରେ ସେ କ୍ୟାପସନ ଲେଖିଛନ୍ତି, ତୁମେ କ’ଣ ପାଗଳ ହୋଇଗଲ କି? ଏହି ଭିଡିଓକୁ ଏଯାବତ ୧ମିଲିୟନରୁ ଅଧିକ ଲୋକ ଦେଖି ସାରିଥିବା ବେଳେ ୨ହଜାରରୁ ଅଧିକ ଲାଇକ ମିଳିଛି।