ଇତି ଊଣେଇଶ (ଶିକ୍ଷା) : ପାଠାଗାର ଉପରେ ପାଗଳାମୀ

ମଧ୍ୟାହ୍ନଭୋଜନ ଦାୟିତ୍ବରୁ ଶିକ୍ଷକ ମୁକ୍ତ

ଉତ୍କଳ ବିଶ୍ବବିଦ୍ୟାଳୟ ପରିଜା ପାଠାଗାର ଉପରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ପ୍ରହରାଜପୁରର ଯୁବକ ସୁବୋଧ ପ୍ରଧାନଙ୍କ ପାଗଳାମୀ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ପାଠଗାର ଉପରକୁ ଚଢ଼ି ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଅଗ୍ନିଶମ ବିଭାଗକୁ ପାଖାପାଖି ସାଢ଼େ ୫ ଘଣ୍ଟା ନାକେଦମ ହେବାକୁ ପଡ଼ିଥିଲା। ବିଶ୍ବବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟାଳୟରେ ନିଆଁ ଲାଗିବା ଘଟଣା ବି ଆଲୋଚନାର ବିଷୟ ପାଲଟିଥିଲା।

ମଧ୍ୟାହ୍ନଭୋଜନ ଦାୟିତ୍ବରୁ ଶିକ୍ଷକ ମୁକ୍ତ
ମଧ୍ୟାହ୍ନଭୋଜନ ଦାୟିତ୍ୱରୁ ମୁକ୍ତ ହୋଇଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ। ଏଣିକି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟାହ୍ନଭୋଜନ ପରିଚାଳନା ଭାର ନେବେ। ପ୍ରାରମ୍ଭିକ ଭାବେ ଶହେରୁ ଅଧିକ ଛାତ୍ରଛାତ୍ରୀ ଥିବା ରାଜ୍ୟର ୧୫ ହଜାର ସ୍କୁଲର ଦାୟିତ୍ବ ଏସ୍‌ଏଚ୍‌ଜିକୁ ଦିଆଯାଇଛି। କାଁ ଭାଁ ବିଦ୍ୟାଳୟ ମାଟି ମାଡ଼ୁଥିବା ମନ୍ତ୍ରୀ, ସଚିବ, ଡିଇଓ, ବିଇଓମାନେ ଏବର୍ଷ ଘନ ଘନ ଗସ୍ତ କରି ପିଲାଙ୍କ ସହ ମଧ୍ୟାହ୍ନଭୋଜନ ଖାଇଥିଲେ। କେଉଁଠି ମଧ୍ୟାହ୍ନଭୋଜନରୁ ପୋକ ବାହାରିଥିଲା ତ ଆଉ କେଉଁଠି ପାଣିଚିଆ ଡାଲମା ନେଇ ବିରୋଧର ସ୍ବର ଉଠିଥିଲା। ତା’ ଭିତରେ ଏବର୍ଷ ମଧ୍ୟାହ୍ନଭୋଜନ ଅର୍ଥ ରାଶି ବୃଦ୍ଧି କରାଯିବା ଦ୍ବାରା ସ୍କୁଲ କର୍ତୃପକ୍ଷଙ୍କୁ କିଛିଟା ଆଶ୍ବସ୍ତି ମିଳିଥିଲା।

ସମ୍ବନ୍ଧିତ ଖବର