୧୧୫ ଫୁଟ ଉଚ୍ଚକୁ ଉଠିଥିବା ସମୁଦ୍ର ଲହଡିରେ ଫସିଥିବା ଯୁବକ ଏଭଳି ଭାବେ ମୁକୁଳି ଆସିଲେ

ନୂଆଦିଲ୍ଲୀ::ଯେତେବେଳେ ସମୁଦ୍ରର ଉଚ୍ଚ ଲହଡି କୂଳକୁ ଆସେ, ସେତେବେଳେ କୂଳରେ ଥିବା ଲୋକେ ଭୟଭୀତ ହୋଇଯାଇଥାଆନ୍ତି। କାରଣ ଏହି ଲହଡି ଆଖିପିଛୁଳାକେ ସବୁକିଛି ଭସାଇ ‌ନେଇଯାଇଥାଏ। ଏହିପରି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ୧୦୦ ଫୁଟରୁ ଅଧିକ ଉଚ୍ଚ ଲହଡି ଉଠିଥିବା ଦେଖିବାକୁ ମିଳୁଛି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଜଣେ ବ୍ୟକ୍ତି ଏହି ଉଚ୍ଚ ଲହଡିରେ ଫସି ଯାଇଥିଲେ। ଆଉ ସେ କୌଶଳ କ୍ରମେ ସେଥିରୁ ଉଦ୍ଧାର ପାଇଯାଇଥିଲେ।

ଜଣେ ଜର୍ମାନ ସର୍ଫର ଏହି ନିଆରା କାମ କରି ଦେଖାଇଥିଲେ। ସେ ୧୧୫ ଫୁଟ ଉଚ୍ଚ ସମୁଦ୍ର ଲହଡିରେ ମଧ୍ୟରେ ସର୍ଫିଙ୍ଗ କରୁଥିଲେ | ଯୁବକ ସର୍ଫିଙ୍ଗର ଭିଡିଓ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଯଦିଓ ଏହି ଭିଡିଓ ୨୦୧୮ ମସିହାର କିନ୍ତୁ ଆଜି ମଧ୍ୟ ଏହା ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି ।

 

ଏହି ଆଶ୍ଚର୍ଯ୍ୟଜନକ ଭିଡିଓରେ ଷ୍ଟୁଡଟନର୍ ଲହଡି ସହିତ ସର୍ଫିଙ୍ଗ୍ କରୁଥିବା ଦେଖିବାକୁ ମିଳୁଛି। ଏହି ସମୟରେ ହଠାତ ଉଚ୍ଚ ଲହଡି ଆସିବାରୁ ସେ ସେଥିରେ ଫସି ଯାଇଥି‌ଲେ। କିନ୍ତୁ ସୌଭାଗ୍ୟବଶତଃ ସେ ସେଥିରୁ ମୁକୁଳି ଯାଇଥି‌ଲେ। ଏହି ଭିଡିଓକୁ ୩.୮ ମିଲିୟନ୍ ଥର ଦେଖାଯାଇଛି ଏବଂ ବ୍ୟବହାରକାରୀ ଭିଡିଓ ଦେଖି ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି।

ସମ୍ବନ୍ଧିତ ଖବର