ଏଭଳି ବାଟ ଆପଣାଇ ଟିକା ନେବାକୁ ପହଞ୍ଚିଲେ ଇଞ୍ଜେକ୍ସନକୁ ଡରୁଥିବା ବ୍ୟକ୍ତି, ତା’ପରେ……….

ନୂଆଦିଲ୍ଲୀ: ଡର କ’ଣ ନକରାଇପାରେ | ମଣିଷ ନିଜର ଡର ପାଇଁ ବେଳେ ବେଳେ ନିଜକୁ ବିପଦରେ ପକାଇବାକୁ ମଧ୍ୟ ପଛାଏ ନାହିଁ, ଯାହାର ଅନେକ ଉଦାହରଣ ପୂର୍ବରୁ ଦେଖିବାକୁ ମିଳିଥିବା ବେଳେ ଏବେ ଇଟାଲିରେ ସେଭଳି ଏକ ଅଜବ ଘଟଣା ଦେଖିବାକୁ ମିଳିଛି | ଇଞ୍ଜେକ୍ସନକୁ ଡରୁଥିବା ଜଣେ ବ୍ୟକ୍ତି କରୋନା ଟିକା ନେବା ପାଇଁ କରିଥିବା କାମ ଏବେ ଚର୍ଚ୍ଚାରେ ରହିଛି |

ସୂଚନା ମୁତାବକ, କରୋନା ସଂକ୍ରମଣ ବଢ଼ୁଥିଲେ ବି ଇଟାଲିରେ ରହୁଥିବା ଜଣେ ବ୍ୟକ୍ତି ଟିକା ନେଉନଥିଲେ | ଇଞ୍ଜେକ୍ସନ ପ୍ରତି ଥିବା ତାଙ୍କ ଡର ତାଙ୍କୁ ଇଞ୍ଜେକ୍ସନ ନେବାକୁ ରୋକୁଥିଲା | ହେଲେ ପରିସ୍ଥିତି ତାଙ୍କୁ ଟିକା ନେବାକୁ ବାଧ୍ୟ କଲା | କାମରେ ବିଦେଶ ଯିବାକୁ ପଡିବାରୁ ବ୍ୟକ୍ତିଜଣକ ଟିକା ନେବାକୁ ବାଧ୍ୟ ହୋଇଥିଲେ | ହେଲେ ଟିକା ପ୍ରମାଣପତ୍ର ପାଇଁ ସେ ସିଲିକାନ ହାତ ଲଗାଇ ଟିକା କେନ୍ଦ୍ରରେ ପହଞ୍ଚିଥିଲେ | ସେଠାରେ ପହଞ୍ଚି ସେ ସମ୍ପୂର୍ଣ୍ଣ ହାତ ନଦେଖାଇ ନର୍ସଙ୍କୁ କେବଳ ନିଜର କାନ୍ଧ ଦେଖାଇଥିଲେ | ନର୍ସଜଣକ କାନ୍ଧକୁ ଛୁଇଁବା ପରେ ଅଧିକ ନରମ ଲାଗିବାରୁ ସେ ସମ୍ପୂର୍ଣ୍ଣ ହାତ ଦେଖାଇବା ପାଇଁ କହିଥିଲେ | କିନ୍ତୁ ବ୍ୟକ୍ତିଜଣଙ୍କ ସମ୍ପୂର୍ଣ୍ଣ ହାତ ଦେଖାଇବାକୁ ମନା କରିଦେଇଥିଲେ | ଏହା ପରେ ନର୍ସ ମଧ୍ୟ ଟିକା ଦେବାକୁ ମନା କରିବାରୁ ବାଧ୍ୟ ହୋଇ ବ୍ୟକ୍ତିଜଣକ ନିଜର ନକଲି ହାତ ଦେଖାଇଥିଲେ, ଯାହା ପରେ ପୁରା ଘଟଣା ସାମ୍ନାକୁ ଆସିଥିଲା |

ସମ୍ବନ୍ଧିତ ଖବର