ବଡ଼ ବିଚିତ୍ର; ଦେଖନ୍ତୁ ଜଣେ ବୃଦ୍ଧ କିପରି ଜେସିବି ସାହାଯ୍ୟରେ କୁଣ୍ଡାଉଛନ୍ତି ନିଜ ପିଠି

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଜେସିବିର ଏକ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖି ଲୋକେ ହସିହସି ବେଦମ ହୋଇଯାଉଛନ୍ତି। ଭିଡିଓରେ ଦେଖିବାକୁ ମିଳୁଥିବା ବୃଦ୍ଧ ବ୍ୟକ୍ତିଙ୍କ ପିଠିରେ କୁଣ୍ଡେଇ ହେଉଛି, ଆଉ ସେ ପିଠି କୁଣ୍ଡାଇବା ପାଇଁ ଜେସିବିର ବ୍ୟବହାର କରୁଛନ୍ତି |

ଏହି ଭିଡିଓକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ମଜାଳିଆ ପ୍ରତିକ୍ରିୟା ଦେବା ସହିତ ପିଠି କୁଣ୍ଡାଇବା ପାଇଁ ବଡ଼ ବିଚିତ୍ର ଜୁଗାଡ଼ ବୋଲି କହିଛନ୍ତି। ଆଉ କେତେକ ଏହା ବିପଦପୂର୍ଣ୍ଣ ଏବଂ ଦାୟିତ୍ୱହୀନ ବୋଲି ବିବେଚନା କରିଛନ୍ତି।

ଫେସବୁକରେ ସେୟାର କରାଯାଇଥିବା ଏହି ଭିଡିଓ କ୍ଲିପ୍‌ରେ କାମ ଚାଲିଥିବା ଏକ ସ୍ଥାନରେ ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ଦେଖିବାକୁ ମିଳୁଛି। ମାଟି ତାଡିବା ପାଇଁ ସେହି ସ୍ଥାନରେ ଏକ ଜେସିବି ବି ଛିଡ଼ା ହୋଇଛି। ତେବେ ଉକ୍ତ ବ୍ୟକ୍ତି ଜଣକ ପ୍ରଥମେ ଏକ ଗାମୁଛା ସାହାଯ୍ୟରେ ନିଜ ପିଠି କୁଣ୍ଡାଇ ଥିଲେ। ଏଥିରେ ସେ ସଠିକ ଭାବେ କୁଣ୍ଡାଇ ନପାରିବାରୁ ଜେସିବି ପାଖକୁ ଯାଇ ନିଜ ପିଠି ଦେଖାଇ ଦେଇଥିଲେ। ଏହାପରେ ବଟନ୍ ଦବାଇ କ୍ରେନ୍ ଅପରେଟର ଜେସିବି ମାଧ୍ୟମରେ ତାଙ୍କ ପିଠି କୁଣ୍ଡାଇ ଦେଇଥିଲେ।|

ଏହି ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ତିନି ଦିନ ପୂର୍ବରୁ ଫେସବୁକରେ ସେୟାର କରାଯାଇଥିଲା, ଯାହାକୁ ଏପର୍ଯ୍ୟନ୍ତ ୨ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି।

ସମ୍ବନ୍ଧିତ ଖବର