ନୂଆଦିଲ୍ଲୀ: ଶୀଷର୍କ ପଢ଼ି ଆଶ୍ଚର୍ଯ୍ୟ ଲାଗିଲେ ବି ଘଟଣା ଟି ସତ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଦାମ୍ପତ୍ୟ କଳହ ହେବା ଏକ ସାଧାରଣ କଥା। ହେଲେ, ନିକଟରେ ସ୍ତ୍ରୀ ସହ ଝଗଡ଼ା କରିବା ପରେ ରାଗ ଶାନ୍ତ କରିବା ପାଇଁ ଜନୈକ ସ୍ବାମୀ ୪୫୦ କି.ମି ଚାଲିଚାଲି ପଳାଇ ଥିବାର ଏକ ଘଟଣା ସାମ୍ନାକୁ ଆସିଛି।
ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଇଟାଲିର କୋମୋରେ ଘଟିଛି। ଏଠାରେ ବସବାସ କରୁଥିବା ୪୮ ବର୍ଷୀୟ ବ୍ୟକ୍ତି ସ୍ତ୍ରୀ ସହ ଝଗଡ଼ା କରିବା ପରେ ୪୫୦ କିଲୋମିଟର ଚାଲି ଚାଲି ପଳାଇ ଯାଇଥିଲେ। ଏପରି ସେ ନିଜ ରାଗ ଶାନ୍ତ କରିବା ପାଇଁ କରିଥିବା ଜଣାପଡ଼ିଛି।
ଉକ୍ତ ବ୍ୟକ୍ତି ଜଣକ ରାଗଶାନ୍ତ କରିବା ପାଇଁ ସପ୍ତାହେ ଚାଲିବା ପରେ ଶେଷରେ ଫାନୋ ବିଚ୍ରେ ପହଞ୍ଚିଥିଲେ। ସମୁଦ୍ରକୂଳରେ ବୁଲୁଥିବା ସମୟରେ ପୁଲିସ ସନ୍ଦେହ କରି ଉକ୍ତ ବ୍ୟକ୍ତିକୁ ସେଠାରୁ ଉଠାଇ ନେଇଥିଲା। ପଚରାଉଚରା ପରେ ୪୮ବର୍ଷୀୟ ବ୍ୟକ୍ତି ଚାଲିଚାଲି ୪୫୦କିମି କାହିଁକି ଆସିଥିଲେ ତାହାକୁ ବଖାଣିଥିଲେ।
ସ୍ବାମୀ ନିଖୋଜ ଥିବା ନେଇ ଉକ୍ତ ବ୍ୟକ୍ତିଙ୍କ ସ୍ତ୍ରୀ ସପ୍ତାହେ ପୂର୍ବରୁ ଥାନାରେ ଅଭିଯୋଗ କରିଥିଲେ। ସେପଟେ ଲକ୍ଡାଉନ୍ ନିୟମ ଭଙ୍ଗ ଅଭିଯୋଗରେ ବ୍ୟକ୍ତିଙ୍କ ଉପରେ ୪୮୫ ଡଲାର ଫାଇନ୍ ଲଗାଯାଇଛି। ଉଲ୍ଲେଖଯୋଗ୍ୟ ଏବେ ଇଟାଲିରେ କୋଭିିଡ୍-୧୯ ସଂକ୍ରମଣ ପାଇଁ ରାତି ୧୦ରୁ ସକାଳ ୫ ଯାଏଁ ରାତ୍ରୀ କର୍ଫ୍ୟୁ ଜାରି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/Untitled-1-3.jpg)