ବାଇକରେ ଷ୍ଟଣ୍ଟ ଦେଖାଉଥିବା ବେ‌ଳେ ରାସ୍ତାରେ କଚାଡ଼ି ହୋଇ ପଡ଼ିଗଲେ ବାଳକ, ଆଉ ତା’ପରେ..

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ବାଇକରେ ଷ୍ଟଣ୍ଟ ଦେଖାଇବାର ଅନେକ ଭିଡିଓ ଭାଇରାଲ ହେଉଛି। ଏହାରି ଭିତରୁ ଏମିତି କିଛି ଭିଡିଓ ରହିଛି ଯାହାକୁ ଦେଖିଲେ କିଛି ସମୟ ପାଇଁ ବିସ୍ମୟ ସୃଷ୍ଟି ହୋଇଯାଇଥାଏ।

ବାଇକରେ ଷ୍ଟଣ୍ଟ ଦେଖାଇବା ବହୁତ ବିପଦପୂର୍ଣ୍ଣ ହୋଇଥାଏ। ଅନେକ ଥର ବାଇକରେ ଷ୍ଟଣ୍ଟ ଦେଖାଉଥିବା ସମୟରେ ଲୋକମାନଙ୍କ ସହିତ ଦୁର୍ଘଟଣା ବି ଘଟିଥାଏ। ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରୁ ସାମ୍ନାକୁ ଆସିଛି, ଯାହାକୁ ଦେଖିଲେ ଆପଣଙ୍କ ଲୋମମୂଳ ଟାଙ୍କୁରି ଉଠିବ। ଇଏ କ’ଣ ହେଉଛି ବୋଲି ମୁହଁରୁ ବାହାରି ପଡ଼ିବ?

ଏହି ଭିଡିଓକୁ ଆଇପିଏସ ଅଫିସର ଦୀପାଂଶୁ କାବ୍ରା ସେୟାର କରିଛନ୍ତି। ଭିଡିଓ ସହିତ ସେ କ୍ୟାପସନରେ ଲେଖିଛନ୍ତି, କ’ଣ ଆପଣ ଆପଣଙ୍କ ପିଲା କିମ୍ବା ସାଙ୍ଗ ସହିତ ଏମିତି ଅଘଟଣ ହେବା ଦେଖି ପାରିବେ? ଯଦି ନା ? ‌ତେବେ ଏମାନଙ୍କୁ ଏମିତି ମୁର୍ଖତା କରିବାରୁ ଅଟକା ଯାଉ। ସୁରକ୍ଷାକୁ ପ୍ରାଥମିକତା ଦେବା ସହିତ ଯାନବାହନ ନିୟମର ପାଳନ କରିବା ଶିଖାଯାଉ।

ଭିଡିଓରେ ଆପଣ ଦେଖି ପାରୁଥିବେ କି, ଜଣେ ବାଳକ ଏକ ବାଇକ ଚଲାଉଛି। କିଛି ସମୟ ପରେ ସେ ଚଳନ୍ତା ବାଇକ ହ୍ୟାଣ୍ଡଲରୁ ହାତ ଛାଡ଼ି ବାଇକ ସିଟ ଉପରେ ଛିଡା ହୋଇ ଯାଉଛି। ପରେ ବାଇକରୁ ଉକ୍ତ ବାଳକର ଭାରସାମ୍ୟ ବିଗିଡ଼ି ଯାଉଛି। ଆଉ ସେ ରାସ୍ତାରେ କଚାଡ଼ି ହୋଇ ତଳେ ପଡ଼ି ଯାଉଛି। ଏହି ଘଟଣାପରେ ସେ ଗୁରୁତର ଆହତ ମଧ୍ୟ ହେଉଛି।

ସମ୍ବନ୍ଧିତ ଖବର