ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାର ମଜାଳିଆ, ଆଶ୍ଚର୍ଯ୍ୟଜନକ ଓ ପ୍ରେରଣାଦାୟକ ଇତ୍ୟାଦି ଭିଡିଓ ପୋଷ୍ଟ ହୋଇଥାଏ। ବେଳେବେଳେ ଏମିତି କିଛି ଭିଡିଓ ସାମ୍ନାକୁ ଆସିଥାଏ। ଯାହାକୁ ଦେଖିଲେ ବହୁତ ହସ ଲାଗିଥାଏ।
ସୋସିଆଲ ମିଡିଆରେ ଏମିତି ଏକ ମଜାଳିଆ ଘଟଣାର ଫଟୋ ସାମ୍ନାକୁ ଆସିଛି। ଏହି ଭାଇରାଲ ଫଟୋରେ ବ୍ୟାଙ୍କରେ ଟଙ୍କା ଜମା କରିବା ପାଇଁ ଥିବା ରସିଦ ଦେଖିବାକୁ ମିଳୁଛି। ଏଥିରେ ଜଣେ ବ୍ୟକ୍ତି କେତେ ରାଶି ଜମା କରିବେ ତା’ବଦଳରେ ଏମିତି କିଛି ଲେଖିଥିଲେ। ଯାହାର ଫଟୋ ଦେଖୁଦେଖୁ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିଲା।
ଭାଇରାଲ ହୋଇଥିବା ଫଟୋ ପୁରୁଣା ବୋଲି କୁହାଯାଉଥିବା ବେଳେ ଏବେ ପୁଣିଥରେ ଏହା ଭାଇରାଲ ହୋଇଛି। ଯେଉଁଥିରେ ଜଣେ ବ୍ୟକ୍ତି ଟଙ୍କା ଜମା କରିବା ପାଇଁ ଥିବା ରସିଦରେ କେତେ ଟଙ୍କା ଜମା କରାଯିବା ତା’ ସ୍ଥାନରେ ସେ ତୁଳାରାଶି ଲେଖି ଦେଇଥିଲେ।
ଏହି ଘଟଣା ମୁରାଦାବାଦର ଏକ ବ୍ୟାଙ୍କରେ ଘଟିଥିବା ବେଳେ ଏହି ମଜାଳିଆ ଫଟୋକୁ ଜଣେ ବ୍ୟାଙ୍କ କର୍ମଚାରୀ ସୋସିଆଲ ମିଡିଆରେ ସେୟାର କରିଥିଲେ। ଏହାପରେ ଲୋକେ ଏହାକୁ ନିଜନିଜ ଆକାଉଣ୍ଟରେ ସେୟାର କରି ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି।