ବିମାନରେ ଝରକା ପାଖ ସିଟରେ ବସିବାକୁ ଜିଦ୍‌ କରିଥିଲେ ଯାତ୍ରୀ, ଏୟାର ହୋଷ୍ଟେସ୍‌ କଲେ ଏପରି କାମ

ନୂଆଦିଲ୍ଲୀ: ଜାପାନରେ ଏମିତି କିଛି ଘଟଣା ଘଟିଛି ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟଚକିତ ହୋଇଯିବେ। ବିମାନର ଝରକା ପାଖ ସିଟ୍‌ରେ ବସି ଯାତ୍ରା କରିବାକୁ ଜିଦ୍‌ ଧରିଥିବା ଯାତ୍ରୀଙ୍କୁ ଜଣେ ଏୟାର ହୋଷ୍ଟେସ୍‌ ଏମିତି ବୁଦ୍ଧି ଶିଖାଇଥିଲେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ରଖି ଦେଇଥିଲା।

ପ୍ରକାଶିତ ଖବର ମୁତାବକ, ଜାପାନର ଏକ ବିମାନରେ ଜଣେ ଯାତ୍ରୀ ଝରକା ପାଖ ସିଟ୍‌ରେ ବସିବାକୁ ଜିଦ ଧରି ବସିଥିଲେ। କାରଣ ସେ ଯେଉଁ ସିଟ୍‌ ପାଇଁ ଟିକେଟ କାଟିଥିଲେ ସେହି ସିଟ୍‌ ଟି ତାଙ୍କ ଝରକା ପାଖରେ ନଥିଲା। ତେଣୁ ସେ ନିଜ ସିଟ୍‌ରେ ବସିବାକୁ ରାଜି ହୋଇ ନଥିଲେ। ଏଥିପାଇଁ ସେ ବିମାନ ଭିତରେ ଏୟାର ହୋଷ୍ଟେସ୍‌ଙ୍କ ସହିତ ଯୁକ୍ତିତର୍କ କରିବା ଆରମ୍ଭ କରି ଦେଇଥିଲେ। ସେହି ସମୟରେ ବିମାନରେ କୌଣସି ସିଟ ଖାଲି ନଥିଲା। ଏହା ପରେ ଏୟାର ହୋଷ୍ଟେସ୍‌ ଏକ ବୁଦ୍ଧି ଚିନ୍ତା କରିଥିଲେ। ସେ ଏକ ପେପରରେ ଝରକା ଚିତ୍ର ବନାଇ ସେଥିରେ ବାଦଲ ଓ ନଦୀ ଆଙ୍କି ଯାତ୍ରୀଙ୍କ ସିଟ୍‌ ସାମ୍ନାରେ ଲଗାଇ ଦେଇଥିଲେ।

ଜାପାନର ଜଣେ ଟୁଇଟର ବ୍ୟବହାରକାରୀ @kooo_TmS-suke ଏହି ଫଟୋକୁ ସେୟାର କରିଛନ୍ତି। ଯେଉଁଥିରେ ଦେଖିବାକୁ ମିଳୁଛି କି ପେପରେ ବାଦଲ ଓ ନଦୀ ବନା ଯାଇଛି। ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ ହୋଇଛି। ଏହି ପୋଷ୍ଟକୁ ୧୫ହଜାର ଲାଇକ୍‌ ଓ ୮ହଜାରରୁ ବି ଅଧିକ ରି-ଟୁଇଟ ମିଳି ସାରିଛି।

 

ସମ୍ବନ୍ଧିତ ଖବର