ଯୁବକ ୫୫ଲକ୍ଷ ଟଙ୍କା ଖର୍ଚ୍ଚରେ ବୃଦ୍ଧି କଲେ ଉଚ୍ଚତା : ଜାଣନ୍ତୁ ଏହା କିପରି ହେଲା ସମ୍ଭବ

ନୂଆଦିଲ୍ଲୀ: ଶରୀରର ‌ସୌନ୍ଦର୍ଯ୍ୟ ବୃଦ୍ଧି କରିବା ପାଇଁ ଅନେକ ଲୋକ କସମେଟିକ ସର୍ଜରୀ କରିଥାଆନ୍ତି। ଏହା ଜରିଆରେ ନିକଟରେ ଜଣେ ବ୍ୟକ୍ତି ତାଙ୍କ ଶରୀର ଉଚ୍ଚତା ବୃଦ୍ଧି କରିଥିବା ଚର୍ଚ୍ଚାରେ ରହିଛି।

ଆମେରିକାର ଡେଲ୍ଲାସରେ ବସବାସ କରୁଥିବା ଫ୍ଲୋର୍ସଙ୍କ ଉଚ୍ଚତା ୫ଫୁଟ ୧୧ଇଞ୍ଚ ଥିଲା। ଅସ୍ତ୍ରୋପଚାର ପରେ ତାଙ୍କର ଉଚ୍ଚତା ୬ଫୁଟ ୧ଇଞ୍ଚ ହୋଇଯାଇଛି। ଏହା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ।

ପ୍ରକାଶିତ ରିପୋର୍ଟ ମୁତାବକ, ଫ୍ଲୋର୍ସ ନିଜ ଉଚ୍ଚତାକୁ ନେଇ ସନ୍ତୁଷ୍ଟ ନଥିଲେ। ସେ ତାଙ୍କ ଉଚ୍ଚତା କିପରି ବୃଦ୍ଧି କରିବେ ସେ ନେଇ ସବୁବେଳେ ଚିନ୍ତାରେ ରହୁଥିଲେ। ଏଥିପାଇଁ ସେ ଅନେକ ବ୍ୟାୟାମ ବି କରୁଥିଲେ। ତେବେ ୨୮ବର୍ଷୀୟ ଫ୍ଲୋର୍ସ ହେଉଛନ୍ତି ଜଣେ ଡାକ୍ତରୀ ଛାତ୍ର। ସେ ନିକଟରେ ଲିମ୍ବ ଲେନ୍ଥନିଂ ସର୍ଜରି କରି ଉଚ୍ଚତା ବୃଦ୍ଧି କରିବାର ସ୍ବପ୍ନକୁ ପୂରା କରିଛନ୍ତି।

ଏହି ଅସ୍ତ୍ରୋପଚାର ଭେଗାସସ୍ଥିତ, ‘ଦ ଲିମ୍ବପ୍ଲେକ୍ସ ଇନଷ୍ଟିଚ୍ୟୁଟ’ର ହାୱର୍ଡ-ପ୍ରଶିକ୍ଷିତ ଅର୍ଥୋପେଡିକ ସର୍ଜନ ଡାକ୍ତର କେବିନ ଦେବୀପ୍ରସାଦ କରିଛନ୍ତି। କିନ୍ତୁ ଏହି ଅସ୍ତ୍ରୋପଚାର ବହୁ ବ୍ୟୟ ବହୁଳ ରହିଥିଲା। ଫ୍ଲୋର୍ସଙ୍କ ଉଚ୍ଚତା ବୃଦ୍ଧି ଅସ୍ତ୍ରୋପଚାର ପାଇଁ ୫୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ଅସ୍ତ୍ରୋପଚାର ପରେ ଫ୍ଲୋର୍ସଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଫଟୋରେ ଯୁବକଙ୍କ ବୃଦ୍ଧି ପାଇଥିବା ଉଚ୍ଚତା ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି।

ଫ୍ଲୋର୍ସଙ୍କ ଉଚ୍ଚତା ବୃଦ୍ଧି ପାଇଁ ତାଙ୍କ ଜଙ୍ଘ ହାଡର ଲମ୍ବ ବଢ଼ା ଯାଇଥିଲା। ଏହି ପ୍ରକ୍ରିୟା ଦ୍ବାରା ୬ ଇଞ୍ଚ ପର୍ଯ୍ୟନ୍ତ ଉଚ୍ଚତା ବୃଦ୍ଧି କରାଯାଇପାରେ ବୋଲି ଫ୍ଲୋର୍ସଙ୍କ ଅସ୍ତ୍ରୋପଚାର କରିଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର