ଏହି ବ୍ୟକ୍ତି ପ୍ରତିଦିନ ୫୦୦ଲୋକଙ୍କୁ ୫ଟଙ୍କାରେ ଗୁଣବତ୍ତା ଖାଦ୍ୟ ପରଷୁଛନ୍ତି

ନୋଏଡା: ନୋଏଡାର ଏହି ବ୍ୟକ୍ତିଙ୍କୁ ଦେଖିଲେ ମାନବିକତା ଏବେ ବି ବଞ୍ଚି ରହିଛି ବୋଲି ଆମେ କହିବା। ଏହି ଅନ୍ୟକୁ ସାହାଯ୍ୟ କରିବାରେ ହିଁ ଶାନ୍ତି ପାଆନ୍ତି ବୋଲି କହନ୍ତି। ଏହି ବ୍ୟକ୍ତିଙ୍କ ନାମ ହେଉଛି ଅନୁପ୍‌ ଖନ୍ନା। ଯିଏକି ‘ଦାଦି କି ରୋଷେଇ’ ନାମରେ ଏକ ଖାଦ୍ୟ ବିତରଣ କେନ୍ଦ୍ରର ଆରମ୍ଭ କରିଛନ୍ତି। ତାଙ୍କର ଏହି ରୋଷେଇ ଘରକୁ ଯିଏବି ଖାଇବାକୁ ଆସନ୍ତି ମାତ୍ର ୫ଟଙ୍କା ପୈଠ କରି ଖାଦ୍ୟ ପାଇ ପାରନ୍ତି। ଅନୁପ୍‌ଙ୍କ ଏହି ଖାଦ୍ୟ ବିତରଣ କେନ୍ଦ୍ରକୁ ପ୍ରତିଦିନ ୫୦୦ରୁ ଅଧିକ ଭୋକିଲା ଆସି ଖାଦ୍ୟ ଖାଇ ଯାଇ ଥାଆନ୍ତି।

ଅନୁପ୍‌ଙ୍କ ଏହି ‘ଦାଦି କି ରୋଷେଇ’ ଦୁଇବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା। ଅନୁପ୍‌ ଭୋକିଲାଙ୍କୁ ପରଷୁ ଥିବା ଖାଦ୍ୟ ଥାଳିରେ ଭାତ, ଡାଲି, ରୁଟି ଓ ଅନ୍ୟ ବ୍ୟଞ୍ଜନ ଆଦି ଉପଲବ୍ଧ ଥାଏ।

ଅନୁପ୍‌ କହନ୍ତି, ‘ମୁଁ ପିଲାଟି ଦିନରୁ ବିଭିନ୍ନ ପ୍ରକାର ସାମାଜିକ କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖିଥାଏ। ମୋ ପିତା ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ। ମହାତ୍ମାଗାନ୍ଧି ଓ ମହମ୍ମଦ ଅଲି ଜିହ୍ନାଙ୍କ ସହିତ ତାଙ୍କୁ କାମ କରିବାର ଅବସର ମିଳିଥିଲା। ମୁଁ ବି ତାଙ୍କ ଭଳି କାମ କରିବାରେ ରୁଚି ରଖିଛି। ପ୍ରତିଦିନ ସକାଳ ୧୦ଟାରୁ ୧୧.୩୦ ପର୍ଯ୍ୟନ୍ତ ସେକ୍ଟର-୧୭ ଓ ୧୨ଟାରୁ ୨ଟା ପର୍ଯ୍ୟନ୍ତ ସେକ୍ଟର-୨୯ରେ ଖାଦ୍ୟ ବିତରଣ କରିଥାଏ। ମୋର ଏହି ଖାଦ୍ୟ ବିତରଣ କେନ୍ଦ୍ରକୁ ପ୍ରତିଦିନ ଅନେକ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି କର୍ମଚାରୀ, ଗରିବ ଓ ଭୋକିଲା ଲୋକ ଆସି ଥାଆନ୍ତି। ମୋର ଝିଅ ଏହି ଖାଦ୍ୟ ବିତରଣ କେନ୍ଦ୍ରର ନାମ ‘ଦାଦି କି ରୋଷେଇ’ର ନାମ ଦେଇଛି। ପ୍ରଥମେ ମୁଁ ୩୦,୦୦୦ଟଙ୍କାରେ ବିନିମୟରେ ଏହାକୁ ଆରମ୍ଭ କରିଥିଲି। ଧୀରେ ଧୀରେ ଅନ୍ୟମାନେ ବି ମୋର ଏହି ଖାଦ୍ୟ ବିତରଣ କେନ୍ଦ୍ରକୁ କିଛିକିଛି ଅର୍ଥ ଦାନ କରିବାକୁ ଲାଗିଛନ୍ତି। ଖାଦ୍ୟ ପସ୍ତୁତ ପାଇଁ ଲାଗୁଥିବା ଜିନିଷଗୁଡ଼ିକୁ ଦୋକାନୀ ମୋତେ ଖୁବ୍‌ କମ୍‌ ମୂଲ୍ୟରେ ଦେଇଥାଏ।

ସମାଜର ଗରିବ ଶ୍ରେଣୀର ଲୋକଙ୍କୁ ସୁଲଭ ଖାଦ୍ୟ, ପୋଷାକ ଓ ଔଷଧ କିପରି ସହଜ ଓ ସୁବିଧାରେ ମିଳି ପାରିବ ସେଦିଗରେ ଅନୁପ୍‌ ଲକ୍ଷ୍ୟ ରଖି କାମ ଆରମ୍ଭ ମଧ୍ୟ କରି ଦେଇଛନ୍ତି।

ସମ୍ବନ୍ଧିତ ଖବର