ଜେଜେ ଅଦାଲତରେ ଚୌକିଦାର, ବାପା ବିଚାରପତିଙ୍କ ଗାଡ଼ି ଚାଳକ, ଏବେ ପୁଅ ବିଚାରପତି ବନି ସୃଷ୍ଟି କଲେ ଉଦାହରଣ

ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ଜବଲପୁରରେ ଜଣେ ୨୬ବର୍ଷୀୟ ଯୁବକ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଜିଲ୍ଲା ବିଚାରପତି ପରୀକ୍ଷାରେ ଉତ୍ତିର୍ଣ୍ଣ ହୋଇ ଏବେ ସେ ବିଚାରପତି ବନିବାକୁ ଯାଉଥିବା ବେଳେ ତାଙ୍କ ସଂଘର୍ଷ ଏବେ ସମସ୍ତଙ୍କୁ ପ୍ରେରଣା ଦେଇଛି । ନିଜ ବାପାଙ୍କ ସ୍ୱପ୍ନ ପୂରଣ କରି ଚେତନ ବିଜାଡ ଏବେ ଖୁସି ଥିବା କହିଛନ୍ତି । ଚେତନଙ୍କ ବାପା ଜଣେ ଜିଲ୍ଲା ବିଚାରପତିଙ୍କ ଗାଡ଼ିର ଚାଳକ ଥିବା ବେଳେ ତାଙ୍କ ଜେଜେ ଅଦାଲତରେ ଚୌକିଦାର ଥିଲେ । କିନ୍ତୁ ଚୌକିଦାର ବା ବିଚାରପତିଙ୍କ ଗାଡ଼ିର ଚାଳକ ହେବା ନେଇ ସ୍ୱପ୍ନ ଦେଖିବା ପରିବର୍ତ୍ତେ ଚେତନ ନିଜକୁ ବିଚାରପତି ବନାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ ।

ବୁଧବାର ଜିଲ୍ଲା ବିଚାରପତି ପରୀକ୍ଷାର ଫଳାଫଳ ଘୋଷଣା କରାଯାଇଥିବା ବେଳେ ଚେତନ ସର୍ବମୋଟ ମାର୍କ ୪୫୦ରୁ ୨୫୭.୫ମାର୍କ ରଖି ଏହି ପରୀକ୍ଷାରେ ଉତ୍ତିର୍ଣ୍ଣ ହୋଇଥିବା ଜଣା ପଡ଼ିଛି । ଏତେ ବଡ଼ ସଫଳତା ପରେ ଚେତନ ସାକ୍ଷାତକାର ଦେଇ କହିଛନ୍ତି, ମୋ ବାପା ଗୋବର୍ଦ୍ଧନଲାଲ ବଜାଡ ଇନ୍ଦୋରର ଜିଲ୍ଲା ଅଦାଲତରେ ବିଚାରପତିଙ୍କ ଚାଳକ ଭାବେ କାମ କରିଥିଲେ । ମୋର ଜେଜେ ସେହି ଅଦାଲତରେ ଚୌକିଦାର ଭାବେ କାମ କରି ଅବସର ନେଇଥିଲେ । ତାଙ୍କ ୩ ପୁଅ ମଧ୍ୟରୁ ଜଣେ ବିଚାରପତି ବନନ୍ତୁ ବୋଲି ଛୋଟ ବେଳୁ ମୋ ବାପାଙ୍କର ଏକ ସ୍ୱପ୍ନ ଥିଲା । ଯାହା ମୁଁ ଆଜି ପୂରଣ କରିଛି ।

Image result for man-whose-father-was-driver-in-court-became-civil-judge
NDTV.com

ସୂଚନା ମୁତାବକ, ଚେତନ ନିଜର ଚତୁର୍ଥ ପ୍ରୟାସରେ ଜିଲ୍ଲା ବିଚାରପତି ପରୀକ୍ଷାରେ ସଫଳ ହୋଇଛନ୍ତି । ବିଚାରପତି ପଦ ମିଳିବା ପରେ କେମିତି ଲୋକଙ୍କୁ ଖୁବ୍‌ ଶୀଘ୍ର ନ୍ୟାୟ ମିଳିବ, ସେ ଦିଗ ପ୍ରତି ଧ୍ୟାନ ଦେବେ ବୋଲି କହିଛନ୍ତି ଚେତନ । ଚେତନଙ୍କୁ ଏତେ ବଡ଼ ସଫଳତା ମିଳିବା ପରେ ତାଙ୍କ ପୂରା ପରିବାର ଏବେ ଖୁସି ଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର