ନୂଆଦିଲ୍ଲୀ: ବ୍ରାଜିଲ ମଡେଲ ଓ ସୋସିଆଲ ମିଡିଆ ଇନଫ୍ଲୁଏନସର ଆର୍ଥର ଓ ଉର୍ସୋ ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ସେ ୯ଜଣ ମହିଳାଙ୍କୁ ବିବାହ କରିଥିବା ଘଟଣାକୁ ନେଇ ଅନେକ ଥର ଚର୍ଚ୍ଚାକୁ ଅସିଥିଲେ।  ଏବେ ଖବର ମିଳିଛି କି, କିଛି ମାସ ପୂର୍ବରୁ ତାଙ୍କର ୪ଜଣ ସ୍ତ୍ରୀ ତାଙ୍କୁ ଛାଡ଼ପତ୍ର ଦେଇ ଚାଲି ଯାଇଛନ୍ତି। ଏବେ ସେ ୫ଜଣ ସ୍ତ୍ରୀଙ୍କୁ ନେଇ ଜୀବନ କାଟୁଛନ୍ତି।

Advertisment

ତେବେ ଆର୍ଥର କହିଛନ୍ତି, ‘ତାଙ୍କର ୪ଜଣ ସ୍ତ୍ରୀ ତାଙ୍କ ଠାରୁ ଛାଡ଼ପତ୍ର ନେଇ ସାରିଛନ୍ତି। କେବଳ ଏତିକି ନୁହେଁ ଏହି ଛାଡ଼ପତ୍ର ପରେ ସେ ଆଉ ଜଣେ ମହିଳାଙ୍କୁ ଖୋଜୁଛନ୍ତି। ଯିଏକି ତାଙ୍କ ସ୍ତ୍ରୀ ହେବ।

୩୬ବର୍ଷର ଆର୍ଥର ବ୍ରାଜିଲର ଜୋଆଓ ପେସୋଆ ସହରରେ ବସବାସ କରନ୍ତି। ୨୦୨୧ରେ ସେ ଏକାଠି ୯ଜଣ ମହିଳାଙ୍କୁ ବିବାହ କରିଥି‌ଲେ। ବିବାହର କିଛିଦିନ ପରେ ତାଙ୍କର ଜଣେ ସ୍ତ୍ରୀ ତାଙ୍କଠାରୁ ଅଲଗା ହୋଇଯାଇଥିଲା। ତେବେ ଆର୍ଥରଙ୍କ ଏହି ବିବାହ ସରକାରଙ୍କ ପକ୍ଷରୁ ବେଆଇନ ଅଟେ। କାରଣ ବ୍ରାଜିଲରେ ଏକାଧିକ ସ୍ତ୍ରୀ ରଖିବାର ନିୟମ ନାହିଁ।

ଆର୍ଥର କହୁଛନ୍ତି, ‘ଜଣକ ପରେ ଜଣେ ମୋତେ ଏବେ ଛାଡ଼ି ଚାଲି ଯାଉଛନ୍ତି। ଏହାରି ଭିତରେ ୪ଜଣ ମୋତେ ଛାଡ଼ପତ୍ର ଦେଇଛନ୍ତି। ତେବେ ମୁଁ ଏବେ ୯ଜଣ ମହିଳାଙ୍କ ସ୍ବାମୀ ହୋଇ ରହି ନାହିଁ।  ୯ଜଣ ମହିଳାଙ୍କ ସହିତ ଭାରସାମ୍ୟ ରକ୍ଷା କରି ରହିବା ସହଜ କଥା ନୁହେଁ।’

ଆର୍ଥର ଇନଷ୍ଟାଗ୍ରାମରେ ବହୁ ଚର୍ଚ୍ଚାରେ ରହିଛନ୍ତି। ତାଙ୍କର ୧ଲକ୍ଷ ୮୦ରୁ ଅଧିକ ଫଲୋୟୋର୍ସ ରହିଛନ୍ତି। ଇନଷ୍ଟାଗ୍ରାମରେ ୯ଜଣ ସ୍ତ୍ରୀଙ୍କ ସହିତ ରୋମାନ୍ସ କରିବାର ଫଟୋ ‌ସହିତ ସେ ନିଜ ଦୈନଦିନ ଜୀବନ ସହିତ ଜଡ଼ିତ ଥିବା ପୋଷ୍ଟ ବି ସେୟାର କରି ଥାଆନ୍ତି।