ନିଖୋଜ ମୂଷାକୁ ପୁଲିସ ମାଲିକ ସହିତ ଏପରି ମିଳାଇଲା, ଭିଡିଓ ହେଲା ଭାଇରାଲ

ନୂଆଦିଲ୍ଲୀ: ପୁଲିସ ଅପରାଧୀକୁ ଧରିଥିବା କଥା ଶୁଣିଥିବେ। କିନ୍ତୁ ପୁଲିସ ଏକ ନିଖୋଜ ମୂଷାକୁ ଖୋଜି ବାହାର କରିଥିବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାର ଏକ ଭିଡିଓ ଜୋରସୋର ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଦେଖିବାକୁ ମିଳୁଛି କି ପୁଲିସ ଏକ ନିଖୋଜ ମୂଷାାକୁ ଖୋଜି ବାହାର କରିଛି। ତେବେ ଆସନ୍ତୁ ଜାଣିବା ଏମିତି କ’ଣ ହେଲା କି ପୁଲିସ ମୂଷାକୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲା।

ଏପ୍ରିଲ ୬ ତାରିଖ ଦିନ ପାଖାପାଖି ୨ଟା ସମୟରେ ଜଣେ ବ୍ୟକ୍ତି ମୂଷାକୁ ଏକ ପିଞ୍ଜରାରେ ନେଇ ଯାଉଥିଲେ। ଶୌଚାଳୟ ଯିବା ପାଇଁ ସେ ଏହି ପିଞ୍ଜରାକୁ ଗଳିରେ ରଖି ଦେଇଯାଇଥିଲେ। ଏହି ସମୟରେ ସେହି ଗଳି ଦେଇ ଯାଉଥିବା ଜଣେ ମହିଳାଙ୍କୁ ଲାଗିଲା କି ବୋଧ ହୁଏ କେହି ମୂଷାକୁ ବାହାରେ ଛାଡି ଦେଇ ଚାଲି ଯାଇଛି। ତେଣୁ ସେ ମୂଷାକୁ ସେହି ସ୍ଥାନରୁ ନେଇ ଚାଲି ଯାଇଥିଲେ।

ଶୌଚାଳୟ ଯାଇଥିବା ବ୍ୟକ୍ତି ବାହାରକୁ ଆସି ଦେଖିଲା ବେଳକୁ ତାଙ୍କ ମୂଷା ସେହି ସ୍ଥାନରେ ଆଉ ନଥିଲା। ସେଏନେଇ ଥାନାରେ ମାମଲା ରୁଜୁ କରିଥିଲେ। ପୁଲିସ ଏହା ପରେ ମୂଷାକୁ ଖୋଜିବା ପାଇଁ ତଦନ୍ତ ଆରମ୍ଭ କରିଥିଲା। ଶେଷରେ ମୂଷାକୁ ଖୋଜି ବାହାର କରିଥିଲା।

NSW Police Force

ଏହି ମାମଲାଟି ଅଷ୍ଟ୍ରେଲିଆର ନ୍ୟୁସାଉଥ୍‌ େଓ୍ଵଲସରେ ଘଟିଛି। ପୁଲିସ ମାଲିକକୁ ଏହି ମୂଷା ଦେବା ସମୟରେ ଏକ ଭିଡିଓ ପ୍ରସ୍ତୁତ କରିଥିଲା। ଏହି ଭିଡିଓକୁ ନ୍ୟୁସାଉଥ େଓ୍ଵଲସ ପୁଲିସ ଫେସ୍‌ବୁକ୍‌ରେ ସେୟାର କରିଥିଲେ। ଏହାପରେ ଏହି ଭିଡିଓ ଭାଇରାଲ ହୋଇ ଯାଇ ଥିଲା। ଭିଡିଓରେ ଦେଖିବାକୁ ମିଳୁଛି କି ମୂଷା ମିଳିବା ପରେ ଉକ୍ତ ବ୍ୟକ୍ତିଜଣକ ବହୁତ ଖୁସି ନଜର ଆସୁଛନ୍ତି। ପୁଲିସ ମାଲିକ ପିଠରେ ଦୌଡ଼ିବାକୁ ବି ଲାଗୁଛି।

ସମ୍ବନ୍ଧିତ ଖବର