୯ ପତ୍ନୀଙ୍କର ଜଣେ ସ୍ବାମୀ, ସବୁ ପତ୍ନୀଙ୍କ ପିଲାର ବାପା ହେବାକୁ ଚାହାନ୍ତି ଆର୍ଥର

ନୂଆଦିଲ୍ଲୀ: ଜଣେ ନୁହଁ କି ଦୁଇ ଜଣ ନୁହଁ ଏକାଥରକେ ୯ ଜଣ ପତ୍ନୀ ରଖିଥିବା କୌଣସି ସ୍ବାମୀଙ୍କ ବିଷୟରେ କେବେ ଶୁଣିଛନ୍ତି? ଘଟଣାଟି ହେଉଛି ବ୍ରାଜିଲ୍‌ର। ଏହିଠାରେ ଆର୍ଥର ନାମକ ଜଣେ ବ୍ୟକ୍ତିଙ୍କର ୯ ଜଣ ପତ୍ନୀ ଅଛନ୍ତି ଓ ସବୁଠାରୁ ମଜାଦାର କଥା ହେଉଛି ସେ ତାଙ୍କର ସମସ୍ତ ପତ୍ନୀଙ୍କ ପିଲାର ବାପା ହେବାକୁ ଚାହାନ୍ତି। ତାଙ୍କ କହିବା କଥା ହେଉଛି, ଯଦି ସେ ଜଣେ କିମ୍ବା ୨ ଜଣ ପତ୍ନୀଙ୍କ ପିଲାର ବାପା ବନୁଛନ୍ତି ତେବେ ତାଙ୍କର ଅନ୍ୟ ପତ୍ନୀମାନେ ଦୁଃଖୀ ଅନୁଭବ କରିବେ ଓ ସେ କାହାରିକୁ ବି ଦୁଃଖୀ ଦେଖିବାକୁ ଚାହାନ୍ତି ନାହିଁ।

ତେବେ ଏହି ୯ ଜଣଙ୍କୁ ସେ ଥର ଥର କରି ନୁହେଁ ବରଂ ଏକାଥରକେ ବିବାହ କରିଥିବା ଜାଣିବାକୁ ମିଳିଛି। ଗତବର୍ଷ ଏକାଥରରେ ୯ ଜଣ ମହିଳାଙ୍କୁ ବିବାହ କରିଥିଲେ ଆର୍ଥର। ତେବେ ଏହି ବର୍ଷେ ଭିତରେ ତାଙ୍କର ଜଣେ ପତ୍ନୀ ତାଙ୍କଠାରୁ ଛାଡ଼ପତ୍ର ଚାହିଁଛନ୍ତି ବୋଲି ଆର୍ଥର କହିଛନ୍ତି।

www.aajtak.in

ଆର୍ଥରଙ୍କ ପ୍ରଥମ ପତ୍ନୀ ହେଉଛନ୍ତି ଲୁଅନା କଜାକି, ଯଦିଓ ସେ ୯ ଜଣ ଯାକ ପତ୍ନୀଙ୍କୁ ଗୋଟାଏ ଦିନରେ ବିବାହ କରିଛନ୍ତି। ସେ ଗତବର୍ଷ ନଭେମ୍ବରରେ ଏକ ଚର୍ଚରେ ଏକ‌ାଥରେ ୯ ଜଣଙ୍କୁ ବିବାହ କରିଥିଲେ। ‌ସେ ଏକ ପତ୍ନୀ ଗ୍ରହଣ ନିୟମର ବିରୋଧୀ।

ଆର୍ଥରଙ୍କ ଅଗାଧା ନାମ୍ନୀ ଜଣେ ପତ୍ନୀ ଏହି ବହୁବିବାହ ରୀତିରେ ବିରକ୍ତ ହୋଇଯିବା ପରେ ସେ ଆର୍ଥରଙ୍କଠାରୁ ଛାଡ଼ପତ୍ର ଚାହୁଁଥିବା ସୂଚନା ରହିଛି।

ସମ୍ବନ୍ଧିତ ଖବର