ଦୁନିଆର ସବୁଠାରୁ ବଡ଼ ପରିବାର : ୧୦ ପତ୍ନୀ, ୮୯ ସନ୍ତାନସନ୍ତତି ଓ ୫୬୮ ନାତିନାତୁଣୀଙ୍କ ସହ ଏକାଠି ରହନ୍ତି ମୁସା

ପରିବାରର ସମସ୍ତ ସଦସ୍ୟଙ୍କ ନାଁ ମନେ ରଖିନାହାନ୍ତି ମୁଖିଆ

ନୂଆଦିଲ୍ଲୀ: ପୂର୍ବରୁ ବି ଅନେକ ବଡ଼ ପରିବାର ବିଷୟରେ ଆମେ ଖବର ପରିବେଷଣ କରିଛୁ। ଆଜି ଆମେ ଆପଣଙ୍କୁ ଏପରି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବୁ, ଯାହାଙ୍କର ୧୦ ପତ୍ନୀ, ୮୯ ସନ୍ତାନସନ୍ତତି ଓ ୫୬୮ ଜଣ ନାତିନାତୁଣୀ ଅଛନ୍ତି।

ଏହି ବିଶାଳ ପରିବାରରେ ୭୦୦ରୁ ଅଧିକ ସଦସ୍ୟ ଅଛନ୍ତି। କୁହାଯାଉଛି କି ଏହି ପରିବାର ହେଉଛି ଦୁନିଆର ସବୁଠାରୁ ବଡ଼ ପରିବାର। ଏହି ପରିବାରର ମୁଖିଆ ହେଉଛନ୍ତି ୬୭ ବର୍ଷୀୟ ମୁସା ହସାଦଜି। ସେ ଆଫ୍ରିକୀୟ ଦେଶ ଉଗାଣ୍ଡାର ବୁଟାଜେଲା ଜିଲ୍ଲାର ବାସିନ୍ଦା।

ମୁସା ଗଣମାଧ୍ୟମରେ କହିଛନ୍ତି ଯେ ତାଙ୍କର ୧୦ ଜଣ ପତ୍ନୀ ଓ ସମସ୍ତ ପିଲା ପରସ୍ପର ସହ ଉତ୍ତମ ସଂପର୍କ ରଖି ଏକାସହ ବସବାସ କରନ୍ତି । ସେ ବହୁବିବାହକୁ ଈଶ୍ବରଙ୍କ ଆଶୀର୍ବାଦ ବୋଲି ମାନନ୍ତି। ତାଙ୍କର ଦାବି ହେଉଛି ସେ ହେଉଛନ୍ତି ଉଗାଣ୍ଡାର ସେ ପ୍ରଥମ ପୁରୁଷ ଯାହାଙ୍କର ଏତେ ଜଣ ପତ୍ନୀ ଅଛନ୍ତି।

ତେବେ ତାଙ୍କୁ ଯେତେବେଳେ ପଚରାଗଲା କି ‌ସେ ନିଜର ସମସ୍ତ ସନ୍ତାନସନ୍ତତି ଓ ନାତିନାତୁଣୀଙ୍କ ନାମ ଜାଣନ୍ତି କି ନାହିଁ ସେତେବେଳେ ମୁସା ଉତ୍ତର ଥିଲା-ନା । ସେ ସମସ୍ତଙ୍କୁ ଚିହ୍ନନ୍ତି ମାତ୍ର ସମସ୍ତଙ୍କ ନାଁ ମନେ ରଖିପାରନ୍ତି ‌ନାହିଁ ବୋଲି କହିଛନ୍ତି।

ସେ କହନ୍ତି ‌ତାଙ୍କୁ ଯେତେବେଳେ ୧୭ ବର୍ଷ ହୋଇଥିଲା ତାଙ୍କର ପ୍ରଥମ ପିଲା ଜନ୍ମ ହୋଇଥିଲା। ବର୍ତ୍ତମାନ ତାଙ୍କର କିଛି ପିଲା ବିବାହ କରି ସାରିଥିବା‌ ବେଳେ ଏବେ ବି କିଛି ପିଲା ପାଠ ପଢୁଛନ୍ତି ବୋଲି ସେ କହିଛନ୍ତି।  ନିଜ ପିଲାଙ୍କ ପାଇଁ ନିଜ ଘର ପାଖରେ ହିଁ ପଲା ବନାଇଛନ୍ତି।

ତାଙ୍କର ସମସ୍ତ ପତ୍ନୀ ରହନ୍ତି ଗୋଟାଏ ଘରେ ମାତ୍ର ଖାଦ୍ୟ ସମସ୍ତେ ଅଲଗା ବନାନ୍ତି। ତାଙ୍କର ସମସ୍ତ ପତ୍ନୀ ଉଗାଣ୍ଡାର ଭିନ୍ନ ଭିନ୍ନ ଅଞ୍ଚଳର ବୋଲି ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର