ମନ୍ଦାରିନ୍‌ ବତକ ସଂପର୍କରେ ଏ କଥା ଜାଣନ୍ତି କି ?

ଏ ଦୁନିଆଁର କେତେ ଅଜବ ଘଟଣା ଘଟେ ଓ କେତେକ ବିଚିତ୍ର ଜୀବକୁ ଦେଖିବାକୁ ମିଳିଥାନ୍ତି। ଏମିତି ବି ଅନେକ ଜୀବନ ଦେଖିବାକୁ ମିଳିଥାନ୍ତି, ଯାହାକୁ ଦେଖି ଆମେ ବିସ୍ମିତ ହେଉ।

ଏଭଳି ଏକ ସୁନ୍ଦର ବତକ ଆମେରିକାର ନ୍ୟୁୟର୍କ ସିଟିର ଏକ ଲୋକପ୍ରିୟ ପାର୍କରେ ଦେଖିବାକୁ ମିଳିଥାଏ। ଏହାକୁ ଦେଖି ସମସ୍ତେ ବିସ୍ମିତ ହୋଇଥିଲେ। ଏହି ରଙ୍ଗ-ବେରଙ୍ଗ ବତକର ନାଆଁ ହେଲା ମନ୍ଦାରିନ୍‌ ବତକ। ସାଧାରଣତଃ ବତକର ରଙ୍ଗ ଧଳା ହୋଇଥାଏ,କିନ୍ତୁ ଏହି ରଙ୍ଗ-ବେରଙ୍ଗ ବତକ ଲୋକଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି। ମନ୍ଦାରିନ୍‌ ବତକ ପୂର୍ବ-ଏସିଆରେ ମଧ୍ୟ ମିଳିଥାଏ। ଏହାକୁ ଅକ୍ଟୋବର ମାସରେ ପୋଖରୀରେ ଦେଖିବାକୁ ମିଳିଥିଲା। ଏହି ବତକର ଭିଡିଓ ମଧ୍ୟ ଟ୍ଵିଟରରେ ସେଆର୍‌ କରାଯାଇଛି।

ତେବେ ସହରରେ ମନ୍ଦାରିନ୍‌ ବତକ ପାଳନ ଲାଗି ଅନୁମତି ମିଳି ନଥାଏ। ନ୍ୟୁୟର୍କ ସିଟିରେ ପାର୍କ ବନ୍ୟପ୍ରାଣୀ ଅଧିକାରୀମାନେ ଉକ୍ତ ବତକଙ୍କୁ ସେହିଠାରେ ରହିବାକୁ ଦେବେ। ତାକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବାର ପ୍ରୟାସ ହେବ ନାହିଁ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର