ଲଙ୍କାପତି ମହାପଣ୍ଡିତ ରାବଣଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ତଥା ମହାରାଣୀ ମନ୍ଦୋଦରୀଙ୍କ ସହିତ କ’ଣ ସବୁ ଘଟିଥିଲା ? ହୁଏତ ଏ ବିଷୟରେ ଆପଣ ସଂପୂର୍ଣ୍ଣ ରୂପେ ଅବଗତ ହୋଇ ନ ଥାଇ ପାରନ୍ତି। ଆଜି ଆମେ ଆପଣଙ୍କୁ ରାବଣଙ୍କ ପାଟରାଣୀ ସତୀ ମନ୍ଦୋଦରୀଙ୍କ ସହ ଜଡ଼ିତ ରହିଥିବା ଏପରି କିଛି ରୋଚକ କଥା ବିଷୟରେ ଜଣାଇବୁ ଯାହା ହୁଏତ ଆପଣ ଆଜି ପର୍ଯ୍ୟନ୍ତ ଶୁଣି ନଥିବେ। କାରଣ, ସମସ୍ତେ ପ୍ରାୟତଃ ରାମାୟଣର ସମାପ୍ତି ପରେ ରାବଣଙ୍କ ପତ୍ନୀ ତଥା ସତୀ ମନ୍ଦୋଦରୀଙ୍କ କଥା ଭୁଲିଯାଇଥିବେ ନିଶ୍ଚୟ!

Advertisment

ତେବେ, ମନ୍ଦୋଦରୀ ହେଉଛନ୍ତି ରାମାୟଣର ଏପରି ଜଣେ ଚରିତ୍ର; ଯିଏକି ସର୍ବଦା ତାଙ୍କ ପତି ରାବଣଙ୍କୁ ଧର୍ମ ଓ ନ୍ୟାୟ ପଥରେ ଚାଲିବାକୁ ପରାମର୍ଶ ଦେଉଥିଲେ ଏବଂ ସେ ମଧ୍ୟ ତାଙ୍କ ପତିଙ୍କ ନାମ ପାଇଁ ପରିଚିତ ହେଉଥିଲେ। ହେଲେ ଯେତେବେଳେ ପ୍ରଭୁ ରାମଚନ୍ଦ୍ରଙ୍କ ହାତରେ ତାଙ୍କ ପତିଙ୍କର ମୃତ୍ୟୁ ହେଲା, ଠିକ୍‌ ତା’ପରେ ପରେ ଯେମିତି ତାଙ୍କର ଅଧ୍ୟାୟଟି ସଂପୂର୍ଣ୍ଣ ରୂପେ ସମାପ୍ତ ହୋଇଗଲା। ତେବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ ରାବଣ ନିହତ ହେବା ସମୟରେ ତାଙ୍କ ପତ୍ନୀଙ୍କ ଅବସ୍ଥା କ’ଣ ହୋଇଥିବା ଓ ସେ କ’ଣ କରିଥିବେ?

ଆସନ୍ତୁ ଜାଣିବା ମନ୍ଦୋଦରୀଙ୍କ ସଂପର୍କରେ ରହିଥିବା କେତେକ ଜଣାଅଜଣା କଥା...

୧- ରାବଣ ଯୁଦ୍ଧରେ ନିହତ ହେବା ପରେ ମନ୍ଦୋଦରୀ ରଣଭୂମିରେ ପହଞ୍ଚବା ସହିତ ଉଭୟ ପତି ଓ ପୁତ୍ରଙ୍କ ଶବକୁ ଏକା ସାଂଗରେ ଦେଖିବା ପରେ ବିଚଳିତ ହୋଇ ପଡ଼ିଥିଲେ। ସେତେବେଳେ ସ୍ୱୟଂ ଶ୍ରୀରାମଚନ୍ଦ୍ର ସେଠାରେ ଉପସ୍ଥିତ ହୋଇ ମନ୍ଦୋଦରୀଙ୍କୁ ଧୈଯ୍ୟର୍ ରଖିବାକୁ ପରାମର୍ଶ ଦେଇଥିଲେ ଓ ପୁଣିଥରେ ସେ ଦିଅର ବିଭୀଷଣଙ୍କ ସହିତ ବିବାହ କରି ନିଜର ସଂସାର ବସାଇବାକୁ ପରାମର୍ଶ ଦେଇଥିଲେ।

୨- ଏଥିସହିତ ପ୍ରଭୁ ଶ୍ରୀରାମଚନ୍ଦ୍ର ମନ୍ଦୋଦରୀଙ୍କୁ ମନେପକାଇ ଦେଲେ ଯେ ସେ ଏବେ ବି ଲଙ୍କା ରାଜ୍ୟର ମହାରାଣୀ ଏବଂ ଅତ୍ୟନ୍ତ ବଳଶାଳୀ ରାବଣଙ୍କର ବିଧବା ଅଟନ୍ତି। ଏହାପରେ ଲଙ୍କାର ମହାରାଣୀ ମନ୍ଦୋଦରୀ ରାଜମହଲକୁ ପ୍ରତ୍ୟାବର୍ତ୍ତନ କରିଥିଲେ ଏବଂ ଉଭୟ ପତି-ପୁତ୍ରଙ୍କ ନିଧନର ଦୁଃଖରେ ନିଜକୁ ଉଆସ ମଧ୍ୟରେ ବନ୍ଦୀ କରି ରଖିଥିଲେ।

୩- ଏତଦ୍‌ବ୍ୟତୀତ ରାବଣଙ୍କ ପତ୍ନୀ ମନ୍ଦୋଦରୀ ନିଜକୁ ବାହାର ଦୁନିଆ ଠାରୁ ଦୂରେଇ ରଖିବା ସହିତ ବହୁଦିନ ପର୍ଯ୍ୟନ୍ତ ସମସ୍ତଙ୍କ ସହିତ ଯୋଗଯୋଗ ବନ୍ଦ କରି ଦେଇଥିଲେ। ଯେଉଁ କାରଣରୁ ରାଜ୍ୟର ଭାରକୁ ବିଭୀଷଣ ନିଜ ଉପରକୁ ନେଲେ ଓ ରାଜ୍ୟକୁ ଚଳାଇଲେ।

୪- ଦୀର୍ଘ ବର୍ଷ ବିତିବା ପରେ ପୁଣିଥରେ ମନ୍ଦୋଦରୀ ଉଆସ ଭିତରୁ ବାହାରକୁ ବାହାରିବା ସହିତ ଦିଅର ବିଭୀଷଣଙ୍କୁ ବିବାହ କରି ଲଙ୍କା ସାମ୍ରାଜ୍ୟକୁ ଠିକ୍‌ ବାଟରେ ଆଗକୁ ନେବାରେ ସାହାଯ୍ୟ କରିଥିଲେ।

ଯେତେବେଳେ ପ୍ରଭୁ ରାମଚନ୍ଦ୍ରଙ୍କ ହାତରେ ତାଙ୍କ ପତିଙ୍କର ମୃତ୍ୟୁ ହେଲା, ଠିକ୍‌ ତା’ପରେ ପରେ ଯେମିତି ମନ୍ଦୋଦରୀଙ୍କର ଅଧ୍ୟାୟଟି ସଂପୂର୍ଣ୍ଣ ରୂପେ ସମାପ୍ତ ହୋଇଗଲା। ତେବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ ରାବଣ ନିହତ ହେବା ସମୟରେ ତାଙ୍କ ପତ୍ନୀଙ୍କ ଅବସ୍ଥା କ’ଣ ହୋଇଥିବା ଓ ସେ କ’ଣ କରିଥିବେ?