ନୂଆଦିଲ୍ଲୀ: ଚଳିତ ବର୍ଷ ଲୋକସଭା ନିର୍ବାଚନ। ମୋଦି ସରକାରଙ୍କ ୫ବର୍ଷ ପୂରା ହେବାକୁ ଯାଉଛି। ଏହି ନିର୍ବାଚନ ପ୍ରଚାର ପାଇଁ ଲୋକମାନେ ବିଭିନ୍ନ ପ୍ରକାର ଶୈଳୀ ଆପଣାଉଛନ୍ତି। ସାଧାରଣତଃ ଦେଖାଯାଏ ଲୋକମାନେ ବିବାହ କାର୍ଡରେ ଉପହାର ନନେବା ପାଇଁ ଅନୁରୋଧ କରି ଥାଆନ୍ତି। ନଚେତ ଉପହାରରେ ମିଳିଥିବା ଅର୍ଥକୁ କୌଣସି ପାଣ୍ଠିରେ ଦେବାକୁ କହି ଥାଆନ୍ତି। କିନ୍ତୁ ମାଙ୍ଗୋଲୋର୍ରେ ବସବାସ କରୁଥିବା ମୋଦିଙ୍କ ସମର୍ଥକ ଥିବା ବର-ବଧୂ ନିଜ ବିବାହ କାର୍ଡରେ ଅତିଥିଙ୍କୁ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭୋଟ ଦେବା ପାଇଁ ଅନୁରୋଧ କରିଛନ୍ତି।
ସୋସିଆଲ ମିଡିଆରେ ଏହି ବିବାହ କାର୍ଡ ଭାଇରାଲ ହେବାରେ ଲାଗିଛି ଓ ହ୍ଵାଟସ୍ଆପ୍ରେ ବି ସେୟାର କରାଯାଉଛି। ବର-ବଧୂଙ୍କ ମାତା-ପିତା ବିବାହ କାର୍ଡରେ ତଳେ ଲେଖିଛନ୍ତି, ୨୦୧୯ ଲୋକସଭା ନିର୍ବାଚନରେ ମୋଦିଙ୍କୁ ଆପଣଙ୍କ ଭୋଟ ଆମ ପାଇଁ ଉପହାର ହେବ। ଏହି ବିବାହ ଚଳିତ ବର୍ଷ ଫେବ୍ରୁଆରି ୧୦ ତାରିଖରେ ହେବାର ଅଛି।
ସେହିପରି ସୁରଟର ଅନ୍ୟ ଏକ ବିବାହ କାର୍ଡରେ ମୋଦି ସରକାରଙ୍କ ଗତ ୫ବର୍ଷର ସ୍କିମ୍ ବିଷୟରେ କୁହାଯାଇଛି। ଯେଉଁଥିରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ବି ଲାଗିଛି। ପ୍ରଥମେ ମୋଦିଙ୍କ ସମର୍ଥକ ବିବାହ କାର୍ଡରେ ସ୍ୱଚ୍ଛ ଭାରତର ଲୋଗୋ ଲଗାଉଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ଟୁଇଟ ବି କରିଥିଲେ।
@narendramodi Sir. With my wedding invitation card, I am trying to explains the lot of achievement, schemes by Modi Govt. & Urging all invitees get the use. Hand to hand helping them to get the max.benefit . I believe "We have to take care of Modi, Modi will take care of nation. pic.twitter.com/tZcgdX7uUw
— Bhushan Branson (@mf5245pd) January 3, 2019