ଚାକିରି ସହିତ ମା’ର କର୍ତ୍ତବ୍ୟ ଏଭଳି ପୂରା କରୁଛନ୍ତି ଏହି ମହିଳା ଅଧିକାରୀ

ସୀତାପୁର: ଉତ୍ତରପ୍ରଦେଶର ସୀତାପୁରରୁ ଏମିତି ଏକ ଫଟୋ ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ମହିଳା ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ଏହି ଫଟୋରେ ସୀତାପୁର ଜିଲ୍ଲା ସହରାଞ୍ଚଳ ବିକାଶ ସଂସ୍ଥାରେ  ଅରବାନ୍‌ ମିସନ୍‌ ମ୍ୟାନେଜର ପଦରେ କାର୍ଯ୍ୟରତ ଥିବା ମନୀଷା ଦୀକ୍ଷିତ ନିଜ ଅଫିସ୍‌ରେ କାମ କରୁଥିବା ନଜର ଆସୁଛନ୍ତି। ତେବେ ବିଶେଷ କଥାଟି ହେଉଛି ମନୀଷା ସମସ୍ତଙ୍କ ଭଳି ଅଫିସ୍‌ରେ କାମ କରିବା ସହିତ ମା’ର କର୍ତ୍ତବ୍ୟ ବି ପାଳନ କରୁଛନ୍ତି।

ସାଧାରଣ ଭାବେ  କର୍ମଚାରୀ ଓ ଅଧିକାରୀ କାମକୁ ନେଇ ବିଭିନ୍ନ ବାହାନା କରିଥାଆନ୍ତି। ମାତ୍ର ଏହି ଫଟୋ କହିବ କି କିପରି ଜଣେ ଅଧିକାରୀ ନିଷ୍ଠାର ସହ କାମ କରିବା ସହିତ ନିଜ ପିଲାକୁ ବି ସମ୍ଭାଳୁଛନ୍ତି।  ସୀତାପୁରର ଜିଲ୍ଲା ସହରାଞ୍ଚଳ ବିକାଶ ସଂସ୍ଥାରେ  ଅରବାନ୍‌ ମିସନ୍‌ ମ୍ୟାନେଜର ପଦରେ କାମ କରୁଥିବା ମନୀଷା ଦୀକ୍ଷିତଙ୍କ ଶିଶୁକୁ ୪୫ଦିନ ହୋଇଛି। ସେଥିପାଇଁ ସେ ଶିଶୁକୁ ନିଜ ସହିତ ଅଫିସ ନେଇ ଆସିଥାଆନ୍ତି। ଯେପର୍ଯ୍ୟନ୍ତ ସେ ଅଫିସ୍‌ରେ କାମ କରୁଥାଆନ୍ତି ସେପର୍ଯ୍ୟନ୍ତ ନିଜ ସାମ୍ନା ଟେବୁଲ୍‌ରେ ଶିଶୁକୁ ଶୁଆଇ ଦେଇଥାଆନ୍ତି।

ମନୀଷା ଦୀକ୍ଷିତଙ୍କ କହିବାନୁସାରେ, ଶିଶୁକୁ ୧୫ ଦିନ ହୋଇଥିବା ବେଳେ ମୁଁ ତାକୁ ଅଫିସ୍‌ ନେଇ ଆସୁଛି। ମୋ ପାଇଁ କାମ ହେଉଛି ସର୍ବପ୍ରଥମ । ସରକାର ମୋତେ ଏହି କାମ ପାଇଁ ରଖିଛନ୍ତି, ତେଣୁ ମୁଁ ଏହାକୁ କିପରି ଅଣଦେଖା କରି ପାରିବି। ଏଥିପାଇଁ ଦୁଇଟି କାମକୁ ଏକା ସହିତ କରୁଛି।

ସମ୍ବନ୍ଧିତ ଖବର