ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଅନେକ ପ୍ରେରଣାଦାୟକ କାହାଣୀ ସାମ୍ନାକୁ ଆସିଥାଏ। ନିକଟରେ ଜଣେ ସ୍ବଇଗି ଡେଲିଭରି ବଏଙ୍କ କାହାଣୀ ଚର୍ଚ୍ଚାରେ ରହିଛି।

Advertisment

ଏହି କାହାଣୀଟି ସ୍ବଇଗି ଡେଲିଭରି ବଏ ସାହିଲ ସିଂହଙ୍କ ସହିତ ଜଡ଼ିତ।  ସାହିଲ ଦିନେ ସ୍ବଇଗି ଡେଲିଭରି ବଏ ଭାବେ କାମ କରୁଥିଲେ। ସ୍ବଇଗି କମ୍ପାନିରେ ସାହିଲ ଦୁଇବର୍ଷ କାମ କରିବା ପରେ ମୁମ୍ବାଇର ବର୍ଗର କିଙ୍ଗର ଏକ ଆଉଟଲେଟରେ ସେ ଏକବର୍ଷ ପର୍ଯ୍ୟନ୍ତ ସେଫ ଭାବେ କାମ କରିଛନ୍ତି।  ଏହା ବ୍ୟତୀତ ଆଠମାସ ପାଇଁ ସେ ଏକ ତେଜରାତି ଦୋକାନରେ କାମ ବି କରିଛନ୍ତି। ଏହି ସମୟରେ ସେ ମୁମ୍ବାଇରେ ଥିବାରୁ ମଡେଲିଂ ଦୁନିଆରେ ପ୍ରବେଶ ପାଇଁ ଚେଷ୍ଟା କରିଥିଲେ। 

ବୃତ୍ତିଗତ ଜୀବନରୁ ଯେତିକି ସମୟ ମିଳେ ସେ ବିଭିନ୍ନ ସ୍ଥାନକୁ ଯାଇ ମଡେଲିଂ ପାଇଁ ଚେଷ୍ଟା କରିଥାଆନ୍ତି। ଅନେକ କ୍ଷେତ୍ରରେ ତାଙ୍କୁ ଲୋକେ ଥଟ୍ଟା ପରିହାସ କରି ଫେରାଇ ଦେଇଥଲେ ତଥାପି ସାହିଲ ହାର ମାନି ନଥିଲେ।

 ନିଜ ଉଦ୍ୟମ ଜାରି ରଖିଥିଲେ ଦୁଇବର୍ଷ ଅକ୍ଳାନ୍ତ ଚେଷ୍ଟା ପରେ ସାହିଲ ଜଣେ ସଫଳ ମେଡେଲ ହୋଇ ସାମ୍ନାକୁ ଆସିଥିଲେ। ଯେଉଁମାନେ ତାଙ୍କୁ ଥଟ୍ଟା କରୁଥିଲେ ସେମାନେ ସାହିଲଙ୍କ କାମ ଦେଖି ପ୍ରଶଂସା କରିବା ଆରମ୍ଭ କରିଥିଲେ। ଡେଲିଭରି ବଏରୁ ମେଡଲିଂ ହେବାର ଯାତ୍ରା ସହଜ ନଥିଲା ବୋଲି ସଫଳତା ପାଇବା ପରେ ସାହିଲ ପ୍ରତିକ୍ରିୟା ଦେଇ କହିଛନ୍ତି।