ନୂଆଦିଲ୍ଲୀ: ନିକଟରେ ଫାଲ୍ଗୁନି ପାଠକଙ୍କ ଲୋକପ୍ରିୟ ଗୀତ ‘ମୈନେ ପାୟଲ୍ ହୈ ଛନକାୟୀ..’ର ରିମିକ୍ସ ଭର୍ସନରେ ଆପଣ ନେହା କକ୍କରଙ୍କ ନୃତ୍ୟ ଦେଖିଥିବେ। ନେହାଙ୍କୁ ଲୋକେ ଏହି ଗୀତ ପାଇଁ ଖୁବ୍ ସମାଲୋଚନା କରିଛନ୍ତି। ନେହାଙ୍କ ଏହି ଗୀତକୁ ନେଇ ବହୁ ଶ୍ରୋତା ତାଙ୍କ ଉପରେ ନିଜର କ୍ଷୋଭ ପ୍ରକାଶ କରୁଥିବା ବେଳେ କେଉଁ କଣ୍ଠଶିଳ୍ପୀମାନେ ଏହା ଉପରେ କିପରି ପ୍ରତିକ୍ରିୟା ଦେବେ ତାହାର ମିମିକ୍ରି କରିଛନ୍ତି ଭଏସ୍ ଆର୍ଟିଷ୍ଟ୍ ସୁମେଧ ସିନ୍ଧେ।
ସେ ତାଙ୍କ ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ବିଟର୍ରେ ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓରେ ସେ ଅନେକ କଣ୍ଠଶିଳ୍ପୀ ଓ ସଂଗୀତ ନିର୍ଦ୍ଦେଶକଙ୍କ ମିମିକ୍ରି କରୁଥିବାର ନଜର ଆସିଛନ୍ତି। ତାଙ୍କ ମିମିକ୍ରିକୁ ଲୋକେ ବି ବେଶ ପସନ୍ଦ କରିଛନ୍ତି। ଏହି ଭିଡିଓଟିର ଏବେ ସୁଦ୍ଧା ୨୮୧.୫ ହଜାର ଭିୟୁ ହୋଇ ସାରିଲାଣି।
Lets see what the Music fraternity has to say about Neha Kakkar’s new version of ‘Maine payal hai Chankaayi’ 😊👇#mainepayalhaichankai #falgunipathak #nehakakar #sumedhshindeymimicry #sumedhshinde #sonunigam #sonunigamfanclub #mainepayalhaichhankai pic.twitter.com/BXjno6jX0P
— Sumedh Shinde (@sumedhcaddy) October 7, 2022
ସେ ତାଙ୍କ ଭିଡିଓରେ ଏ ଆର୍ ରେହମାନ, ସୋନୁ ନିଗମ, ଅନୁ ମଲ୍ଲିକ, ଉଦିତ ନାରାୟଣ ଓ ଅଭିଜିତ୍ ଭଟ୍ଟାଚାର୍ଯ୍ୟଙ୍କ ମିମିକ୍ରି କରିଛନ୍ତି। ତାଙ୍କର ଏହି ଭିଡିଓଟି ଦେଖିବା ପରେ ଆପଣ ବି ହସ ରୋକିପାରିବେ ନାହିଁ।
କେହି କେହି ତାଙ୍କର ଏହି ଭିଡିଓ ଦେଖିବା ପରେ ତୁମେ ଖୁବ୍ ଦକ୍ଷ ବୋଲି କମେଣ୍ଟ୍ କରିଥିବା ବେଳେ ଆଉ କେହି ତାଙ୍କୁ ଆହୁରି ଭଲ କରିହେବ ବୋଲି ପରାମର୍ଶ ଦେଇଛନ୍ତି। ମୋଟାମୋଟି ଦେଖିବାକୁ ଗଲେ ଦର୍ଶକଙ୍କୁ ଏହି ଭିଡ଼ିଓ ମନୋରଞ୍ଜନର ଖୋରାକ ଯୋଗାଇଛି।