ନୂଆଦିଲ୍ଲୀ: ବିବାହ ପାଇଁ ପ୍ରସ୍ତାବ ଦେବା ହେଉ କିମ୍ବା ପ୍ରେମ ନିବେଦନ ହେଉ, ଏଭଳି ବିଭିନ୍ନ ପ୍ରକାରର ଭିଡିଓ ଆପଣ ପୂର୍ବରୁ ସୋସିଆଲ୍ ମିଡିଆରେ ଦେଖିଥିବେ। ସେଗୁଡ଼ିକ ଭିତରୁ କୋତୋଟି ଭିଡିଓ ଆପଣଙ୍କୁ ନିଆରା ଲାଗିଥିବ।
ପ୍ରତ୍ୟେକ ବ୍ୟକ୍ତି ଚାହାନ୍ତି ଯେ ତାଙ୍କ ପ୍ରେମ ପ୍ରକାଶ କରିବାର ଉପାୟ ଭିନ୍ନ ହେବା ଉଚିତ୍। କେହି କେହି ସେଥିରେ ସଫଳ ବି ହୁଅନ୍ତି। ଇଣ୍ଟରନେଟରେ ପୂର୍ବରୁ ଏପରି ଅନେକ ଭିଡିଓ ରହିଛି। ନିକଟରେ ଭାଇରାଲ୍ ହୋଇଥିବା ଭିଡିଓଟି ସଭିଙ୍କ ଦୃଷ୍ଟି ଆକର୍ଷଣ କରିିଛି।
ଯେତେବେଳେ ଜଣେ ଯୁବକ ତାଙ୍କ ପ୍ରେମିକାଙ୍କୁ ଏକ ଜନଗହଳିପୂର୍ଣ୍ଣ ମଲରେ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ, ସେତେବେଳେ ତାଙ୍କ ପ୍ରେମିକା ଅନ୍ୟମାନଙ୍କ ସହ ଥିବା ବେଳେ ଯୁବକଙ୍କ ପ୍ରସ୍ତାବ ଦେଖି ଚକିତ ହୋଇ ପଡ଼ିଥିଲେ। କାରଣ ସେ ଏପରି ଏକ ପ୍ରସ୍ତାବ ଆଦୌ ବି ଆଶା କରିନଥିଲେ।
View this post on Instagram
ଯୁବତୀଙ୍କୁ ବିବାହ ପ୍ରସ୍ତାବ ଦେବା ପାଇଁ ଯୁବକ ଜଣକ ସେହି ମଲରେ ପହଞ୍ଚିଥିଲେ, ଯେଉଁଠାରେ ଯୁବତୀ ତାଙ୍କ ସାଙ୍ଗମାନଙ୍କ ସହିତ ବୁଲୁଥିଲେ। ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ ଯୁବକ ଜଣକ ପଛରୁ ଯାଇ ତାଙ୍କ ପ୍ରେମିକାଙ୍କ କାନ୍ଧରେ ହାତ ମାରୁଛନ୍ତି। ସେ ପଛକୁ ବୁଲିବା ମାତ୍ରକେ ଯୁବକ ଆଣ୍ଠୁମାଡି ବସି ମୁଦି ଦେଖାଇ ତାଙ୍କୁ ପ୍ରସ୍ତାବ ଦେଉଛନ୍ତି। ଏହା ଦେଖି ଝିଅର ସାଙ୍ଗମାନେ ଆନନ୍ଦରେ ଫୋନ୍ କାଢ଼ି ତାହାକୁ ସୁଟ୍ କରୁଛନ୍ତି। ଝିଅଟି ନିଜ ପ୍ରେମିକକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି। ତାଙ୍କର ଖୁସିର କୌଣସି ସୀମା ନାହିଁ ଯେପରି! ତା’ପରେ ଉଭୟ ଯୁବକ ଓ ଯୁବତୀ ପରସ୍ପରଙ୍କୁ ଆଲିଙ୍ଗନ କରୁଛନ୍ତି।