ମନ୍ତ୍ର ଜପ କ’ଣ ଈଶ୍ୱରଙ୍କ ସକାଶେ କରାଯାଏ? ଯଦି ନିଜକୁ ସଂପୂର୍ଣ୍ଣ ସୁସ୍ଥ ରଖିବାକୁ ଚାହାନ୍ତି ତେବେ କରିବାକୁ ପଡ଼ିବ ଏସବୁ କାମ

ଯଦି ଆପଣ ହିନ୍ଦୁ ପୁରାଣରେ ବିଶ୍ୱାସ ରଖିଥାନ୍ତି ତେବେ ଶ୍ଳୋକ, ମନ୍ତ୍ର, ଜପ ଆଦିର ଗୁରୁତ୍ୱ ନିଶ୍ଚୟ ଜାଣିଥିବେ। ଏକଥା ବି ଜାଣିଥିବେ ଯେ ଜୀବନକୁ ସଜାଡ଼ିବା ପାଇଁ ମନ୍ତ୍ରର ଭୂମିକା ଅତୁଳନୀୟ। ପୂର୍ବକାଳର ମୁନି, ଋଷିମାନେ ସୁସ୍ଥ ରହିବାର ଅନ୍ୟତମ କାରଣ ଥିଲା ମନ୍ତ୍ରପାଠ। ମନ୍ତ୍ର ପାଠ ସମୟରେ ଶରୀରରେ ଯେଉଁ କମ୍ପନ ସୃଷ୍ଟି ହୁଏ ତାହା ହେଉଛି ଦୁନିଆର ସର୍ବ ଶ୍ରେଷ୍ଠ ବ୍ୟାୟାମ୍‌। ମନ୍ତ୍ରପାଠ ଈଶ୍ୱରୀୟ ଦୃଷ୍ଟିକୋଣରୁ ଯେତିକି ଗୁରୁତ୍ୱପୂର୍ଣ୍ଣ ବୈଜ୍ଞାନିକ ଦୃଷ୍ଟି କୋଣରୁ ବି ସେତିକି ଗୁରୁତ୍ୱପୂର୍ଣ୍ଣ।

ହିନ୍ଦୁ ଧର୍ମରେ ସଦା ବିଶ୍ୱାସ କରାଯାଏ ଯେ ଶୁଦ୍ଧ ଶବ୍ଦ ଉଚ୍ଚାରଣ କରି ଈଶ୍ୱରଙ୍କୁ ଆବହନ କରାଯାଇଥାଏ। ତେଣୁ, ହିନ୍ଦୁ ଧର୍ମଶସ୍ତ୍ରରେ ଶବ୍ଦର ଭୂମିକା ନିଶ୍ଚୟ ଗୁରୁତ୍ୱ ବହନ କରେ। ଶବ୍ଦ ଓ ଧ୍ୱନୀକୁ ହିନ୍ଦୁ ଶାସ୍ତ୍ରରେ ମାଆ ସରସ୍ୱତୀଙ୍କ ଦାନ ବୋଲି ବିଶ୍ୱାସ କରାଯାଏ। ମାଆ ସରସ୍ୱତୀଙ୍କ ମନ୍ତ୍ର ଧ୍ୱନୀ ରୂପରେ ଈଶ୍ୱରଙ୍କ ଏକ ଅଂଶ ବୋଲି ଗ୍ରହଣ କରାଯାଇଛି।

ଏବେ ମନ୍ତ୍ରଗୁଡ଼ିକ କବିତା, ବାକ୍ୟବିନ୍ୟାସ ଓ ଭାଷାବିଜ୍ଞାନର ମାନଦଣ୍ଡକୁ ପୂରା କରିବା ନାମରେ ବିଭିନ୍ନ ଆଡ଼େ ଖେଳେଇ ହୋଇ ରହିଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। କବିତା, ବାକ୍ୟବିନ୍ୟାସ ଓ ଭାଷାବିଜ୍ଞାନରେ ରହସ୍ୟମୟ ଶକ୍ତି ରହିଛି। ଏହାକୁ ଠିକ୍‌ ଭାବେ ଉଚ୍ଚାରଣ କଲେ ଶରୀରରେ ଅଭୂତପୂର୍ବ ଶକ୍ତିର ସଞ୍ଚାର ହୋଇଥାଏ।

ଉତ୍କୃଷ୍ଟ ଶବ୍ଦ ଉଚ୍ଚାରଣ କଲେ ନିର୍ଦ୍ଦିଷ୍ଟ ପରିମାଣର ଉଷ୍ମତା ଓ କମ୍ପନ ଶରୀରରେ ଖେଳିଯାଏ। ଶରୀର ହିତ ପାଇଁ ମନ୍ତ୍ର ହେଉ କିମ୍ବା ଭାଷାସାହିତ୍ୟ ହେଉ ଉଚ୍ଚାରଣ ଜରୁରୀ।

ସମ୍ବନ୍ଧିତ ଖବର