ସମୁଦ୍ର ସୁରକ୍ଷା ବି କ୍ୟାରିଅର୍ । ଏହାକୁ ଇଂରାଜୀରେ କୁହାଯାଉଛି ମେରାଇନ୍ କଂଜରଭେସନିଷ୍ଟ୍ । ସାମୁଦ୍ରିକ ଜୈବ ବିବିଧତା, ଜଳଚର ପ୍ରାଣୀଙ୍କର ସୁରକ୍ଷା ଓ ସଂରକ୍ଷଣ ଏମାନଙ୍କର ମୁଖ୍ୟ କାମ । ଜଣେ ମେରାଇନ୍ କଂଜରଭେସନିଷ୍ଟ ସାମୁଦ୍ରିକ ଉଦ୍ଭିଦ ତଥା ପ୍ରାଣୀଙ୍କର ସୁରକ୍ଷା ଓ ସେଗୁଡ଼ିକ ପୁନରୁଦ୍ଧାର କାମରେ ନିୟୋଜିତ ହୋଇଥାଆନ୍ତି ।

ମେରାଇନ୍ କଂଜରଭେସନିଷ୍ଟମାନଙ୍କୁ ସାଧାରଣତଃ ଜଳ ପରିଚାଳନା ଓ ପ୍ରାଣୀ ଗବେଷଣା, ପରିବେଶ ସୁରକ୍ଷା ଆଦି କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂସ୍ଥାମାନଙ୍କୁ ନିଯୁକ୍ତି ମିଳିଥାଏ । ପରିବେଶ ସୁରକ୍ଷା ଉପରେ ବିଶେଷ ଭାବେ କାର୍ଯ୍ୟ କରୁଥିବା ଜି.ଓ ମାନଙ୍କରେ ମଧ୍ୟ ନିଯୁକ୍ତିର ସୁବିଧା ରହିଛି । ପରିବେଶ ସୁରକ୍ଷା, ଉପକୂଳର ସୁରକ୍ଷା ଉପରେ ପ୍ରବନ୍ଧ ରଚନା କରି ଓ ବୃତ୍ତଚିତ୍ର ପ୍ରସ୍ତୁତ ମଧ୍ୟ ଆପଣ ଚାହିଁଲେ ବେଶ୍ ଭଲ ରୋଜଗାର କରିପାରିବେ । କେନ୍ଦ୍ର ସରକାର ନୌବାହିନୀରେ ମେରାଇନ୍ କଂଜରଭେସନିଷ୍ଟ୍ମାନଙ୍କ ପାଇଁ ମଧ୍ୟ ନିଯୁକ୍ତିର ସୁବିଧା ରହିଛି ।
ପାଠ୍ୟକ୍ରମ: ମେରାଇନ୍ କଂଜରଭେସନିଷ୍ଟ୍ ହେବା ପାଇଁ ଉଦ୍ଭିଦ ବିଜ୍ଞାନ ଓ ରସାୟନ ବିଜ୍ଞାନ ବିଷୟ ନେଇ ଦ୍ୱାଦଶ ଶ୍ରେଣୀ ଶେଷ କରିବାକୁ ପଡିବ । ତା’ପରେ ମେରାଇନ୍ ବାୟୋଲୋଜି କିମ୍ବା ମେରାଇନ୍ ଇକୋଲୋଜି ଶିକ୍ଷା ପ୍ରାପ୍ତ କରି କ୍ୟାରିଅର୍ ଆରମ୍ଭ କରିବାକୁ ପଡିବ । ଏଥିରେ ସ୍ନାତକୋତ୍ତର କୋର୍ସ କରିହେବ ।ମେରାଇନ୍ କଂଜରଭେସନିଷ୍ଟ ହେବା ପାଇଁ କେତେକ ଅନୁଷ୍ଠାନରେ ପାଠ୍ୟକ୍ରମ ପ୍ରଚଳିତ ରହିଛି । ଏଗୁଡିକ ମଧ୍ୟରେ ଉଲ୍ଲେନୀୟ- ଡିପାର୍ଟମେଣ୍ଟ ଅଫ୍ ସାଇନ୍ସ,ଗୋଆ ବିଶ୍ୱବିଦ୍ୟାଳୟ । ଡିପାର୍ଟମେଣ୍ଟ ଅଫ୍ ମେରାଇନ୍ ସାଇନସ୍ କୋଲକାତା ବିଶ୍ୱବିଦ୍ୟାଳୟ, ଡିପାର୍ଟମେଣ୍ଟ ଅଫ୍ ଓ ସେନ୍ ଷ୍ଟଡିଜ୍ ଆଣ୍ଡ୍ ମେରାଇନ୍ ବାୟୋଲୋଜି, ପଣ୍ଡିଚେରୀ ବିଦ୍ୟାଳୟ, ପଣ୍ଟିଚେରୀ । ଡିପାର୍ଟମେଣ୍ଟ ଅଫ୍ ମେରାଇନ୍ ବାୟୋଲୋଜି , କର୍ଣ୍ଣାଟକ ବିଶ୍ୱବିଦ୍ୟାଳୟ ଡିପାର୍ଟମେଣ୍ଟ ଅଫ୍ ମେରାଇନ୍ ବାୟୋଲୋଜି , ମାଇକ୍ରୋବାୟୋଲୋଜି ଆଣ୍ଡ କେମିଷ୍ଟ୍ରି , କୋଚି ବିଶ୍ୱବିଦ୍ୟାଳୟ ।