କରୌଲି: ଆଜିକାଲି ସୋସିଆଲ୍ ମିଡିଆରେ ନିଆରା ବିବାହ ସବୁ ଦେଖିବାକୁ ମିଳୁଛି। ରାଜସ୍ତାନର କରୌଲିରେ ଦେଖିବାକୁ ମିଳିଛି ଏକ ମଜାଦାର ଘଟଣା। ଜଣେ ବର ତାଙ୍କ କନ୍ୟାଙ୍କୁ ବିବାହ କରି ନିଜ ଗାଁକୁ ହେଲିକ୍ଟରରେ ଯାଇ ପହଞ୍ଚିଛନ୍ତି। ଏହି ନିଆରା ଦୃଶ୍ୟ ଦେଖିବା ପାଇଁ ଗାଁରେ ପ୍ରବଳ ଲୋକଭିଡ଼ ଦେଖିବାକୁ ମିଳିଥିଲା। ଗାଁ ଲୋକ ସେଠାରେ ଉପସ୍ଥିତ ରହି ନବବିବାହିତ ପତି ପତ୍ନୀଙ୍କୁ ଖୁବ୍ ସ୍ବାଗତ କରିଥିଲେ। ଫୁଲରେ ସଜ୍ଜିତ ଏହି ହେଲିକପ୍ଟରକୁ ଦେଖି ଦେଖଣାହାରୀ ନବବିବାହିତ ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇଥିଲେ।
କନ୍ୟା ହେମଲତାଙ୍କ ଇଚ୍ଛା ଥିଲା କି ତାଙ୍କ ବର ତାଙ୍କ ଘରକୁ ହେଲିକପ୍ଟରରେ ଆସନ୍ତୁ ବୋଲି। କନ୍ୟାଙ୍କ ଇଚ୍ଛା ପୂରା କରିବାକୁ ବର ରଜନେସ ହେଲିକ୍ଟର ଚଢ଼ି ଯାଇଥିଲେ। ରଜନେସ୍ କନ୍ୟାଙ୍କୁ ନେଇ ହେଲିକପ୍ଟରେ ଓହ୍ଲାଇବେ ବୋଲି ତାଙ୍କ ଗାଁରେ ଏକ ଅସ୍ଥାୟୀ ହେଲିପ୍ୟାଡ୍ ତିଆରି ହୋଇଥିଲା। ସେମାନେ ପହଞ୍ଚିବା ପୂର୍ବରୁ ହେଲିପ୍ୟାଡ୍ ନିକଟରେ ଗାଁ ଲୋକେ ସ୍ବାଗତ କରିବାକୁ ପ୍ରସ୍ତୁତ ହୋଇ ରହିଥିଲେ।