ବିବାହ କାର୍ଡରେ ଛପିଲା ସଚେତନତା ବାର୍ତ୍ତା, ଜାଣନ୍ତୁ କ’ଣ ତାହା

ଏବେ ଚାଲିଛି ବିବାହ ଋତୁ। ବେଶ୍‌ ଜାମଜମକରେ ବିବାହ ହେଉଛି। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ବିବାହ କରାଉଛନ୍ତି ପରିବାର ଲୋକେ। ତେବେ ଏହି ବିବାହ ଉତ୍ସବରେ ନିଜର ବର୍ତ୍ତବ୍ୟପରାୟତାକୁ କେତେ ଜଣ ମନେରଖୁଛନ୍ତି ? ଅଧିକ ଟଙ୍କା ଖର୍ଚ୍ଚ କରି ବିବାହ କରାଇଲେ କ’ଣ ଲାଭ ହେଉଛି ? ବିବାହ ଶେଷ ହେଲା ପରେ ଚାରିଆଡ଼େ କୁକୁ ମଇଳା, ଖାଦ୍ୟ ନଷ୍ଟ ହେବା ସହ ବରଯାତ୍ରୀରେ ଆସୁଥିବା ଲୋକେ ନିଶା ସେବନ କରି ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। ଖୁବ କମ୍‌ ଲୋକ ହିଁ ବିବାହ ସମୟରେ ଏଥିପ୍ରତି ଧ୍ୟାନ ଦିଅନ୍ତି ଏବଂ ସଚେତନ ଥାଆନ୍ତି। ଉତ୍ତର ପ୍ରଦେଶର କନ୍ନୌଜ ଜିଲ୍ଲାରେ ଜଣେ ବ୍ୟକ୍ତି ନିଜ ଝିଅର ବିବାହ କାର୍ଡରେ ଏପରି କିଛି ଛପାଇଛନ୍ତି, ଯାହା ଦେଖି ଲୋକେ ପ୍ରସଂଶା ନ କରି ରହି ପାରୁନାହାନ୍ତି। ଏହାକୁ ନେଇ କନ୍ୟାର ବାପା ଏବେ ଚର୍ଚ୍ଚା ପରିସରକୁ ଆସିଛନ୍ତି। ତାଙ୍କର ପଦକ୍ଷେପକୁ ଲୋକମାନେ ସମର୍ଥନ ମଧ୍ୟ କରୁଛନ୍ତି। ତେବେ ଆପଣ ଭାବୁଥିବେ ନିମନ୍ତ୍ରଣ ପତ୍ରରେ ଏପରି କ’ଣ ଛପାହୋଇଛି, ଯାହା ଦ୍ୱାରା ଲୋକେ ତାଙ୍କ ପ୍ରଶଂସା ଗାନ କରୁଛନ୍ତି।

ଆଜିକାଲି ପ୍ରାୟ ସମସ୍ତେ ବିବାହ ଉତ୍ସହକୁ ଅଧିକ ଖାସ କରିବାକୁ ବିଭିନ୍ନ ଚେଷ୍ଟା କରୁଛନ୍ତି। ବିବାହ ସମୟରେ ସମସ୍ତେ ନୂଆ ପୋଷାକ ପିନ୍ଧିବା ପାଇଁ ପସନ୍ଦ କରନ୍ତି। ଏହା ବ୍ୟତୀତ ଆଜିକାଲି ବିବାହରେ ଆକାଶରୁ ବରମାଳା ପିନ୍ଧାଇବା କିମ୍ବା ବର ହେଲିକପ୍ଟଟରେ ଆସିବା ନିହାତି ଏକ ସାଧାରଣ କଥା ହୋଇଗଲାଣି।  ଆଉ ଏପରି ମନଭାବ ଆଜିକାଲି ଯୁବପିଢ଼ିମାନଙ୍କ ପାଇଁ ଅତି ସାଧାରଣ କଥା।

ତେବେ କନୌଜ ଜିଲ୍ଲାର ତାଳଗ୍ରାମର ଜଣେ କୃଷକ ନିଜ ଝିଅର ବିବାହ କାର୍ଡରେ ମଦ ପିଇବା ମନା ବୋଲି ଛପାଇଥିଲେ। ତାଙ୍କର ଏହି ନିଷ୍ପତ୍ତିକୁ ଅନେକ ଲୋକ ପ୍ରଶଂସା କରୁଛନ୍ତି। କିଛି ଲୋକଙ୍କ କହିବା ଅନୁସାରେ ଏପରି କରିବା ଦ୍ୱାରା ମଦକୁ ବନ୍ଦ କରାଯାଇପାରିବ। ତେବେ ବ୍ୟକ୍ତି ଜଣଙ୍କୁ ଏପରି କରିବାର କାରଣ କ’ଣ ପଚାରିବାରୁ ସେ କହିଛନ୍ତି ଯେ ଏହା ସମାଜ ପାଇଁ ଏକ ବାର୍ତ୍ତା। ମଦ୍ୟପାନ ସ୍ୱାସ୍ଥ୍ୟ ପାଇଁ ହାନିକାରକ। ଯେଉଁଥିପାଇଁ ଏଭଳି ଏକ ପଦକ୍ଷେପ ନେଇଛନ୍ତି ବୋଲି କୃଷକ ଜଣକ ପ୍ରକାଶ କରିଛନ୍ତି। ନିଶା ସେବନ ଦ୍ୱାରା ବିବାହ ଉତ୍ସବରେ ବ୍ୟକ୍ତିମାନେ ତାଙ୍କ ମାନ ମର୍ଯ୍ୟାଦା ଭୁଲି ଯାଇଥାନ୍ତି। ବିବାହରେ ବିଭିନ୍ନ ପ୍ରକାର ବିଶୃଙ୍ଖଳା ସୃଷ୍ଟି କରନ୍ତି। ଏବଂ ପ୍ରାୟ ବିବାହ ଉତ୍ସବରେ ବରଯାତ୍ରୀ ମଦପିଇ ମାତାଲ ହୋଇ ମାଡ଼ଗୋଡ଼ କରିବାର ମଧ୍ୟ ଅନେକ ଘଟଣା ମାନ ଶୁଣିବା ପାଇଁ ମିଳେ। ଆଉ ଏଇଥିପାଇଁ ହିଁ ବିବାହ କାର୍ଡରେ ଏଭଳି ଲେଖିଛନ୍ତି କୃଷକ ଜଣକ। ଯଦି ଏହିଭଳି କିଛି ଲୋକ ମଦ ପାଇଁ ପଦକ୍ଷେପ ନିଅନ୍ତି, ତେବେ ଏହାକୁ ନିଷେଧ କରିପାରିବ।

ସମ୍ବନ୍ଧିତ ଖବର