ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଛୋଟ ଝିଅ ବିବାହ ମଣ୍ଡପ ତଳେ କାନ୍ଦିକାନ୍ଦି ଗଡ଼ି ଯାଉଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ଦେଖିଲେ ଆପଣଙ୍କୁ ଯେତିକି ଦୟା ଲାଗିବ ସେତିକି ହସ ମଧ୍ୟ ଲାଗିବ। କୁହାଯାଉଛି କି ଝିଅଟି ମା’ଙ୍କ ଦ୍ବିତୀୟ ବିବାହକୁ ନେଇ ଖୁସି ନଥିବାରୁ ଏପରି କାନ୍ଦିକାନ୍ଦି ଗଡ଼ି ଯାଉଛି।

Advertisment

ଭିଡିଓଟିକୁ ଇନଷ୍ଟାଗ୍ରାମରେ ସାରା ୱିକମନ ନାମକ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ସେୟାର କରିଛନ୍ତି। ଭିଡିଓରେ ବରକନ୍ୟା ଏକାଠି ମଣ୍ଡପ ଉପରେ ଠିଆ ହୋଇଥିବା ଦେଖିବାକୁ ମିଳୁଛି। ଏହି ସମୟରେ ମଣ୍ଡପ ତଳେ ଛୋଟ ଝିଅଟି କାନ୍ଦିକାନ୍ଦି ଗଡ଼ି ଯାଉଛି। ଶିଶୁଟିର କାନ୍ଦ ଦେଖି ବିବାହରେ ଉପସ୍ଥିତି ଥିବା ଲୋକମାନେ ହସିହସି ବେଦମ ହୋଇଯାଇଥିଲେ।

ଏହି ଭିଡିଓ ସେୟାର କରି କ୍ୟାପସନରେ ଲେଖାଯାଇଛି, ‘ଏହା ଏକ ସତ କାହାଣୀ। ମୋର ଦ୍ବିତୀୟ ବିବାହ ସମୟରେ ଝିଅ ଜୋରଜୋରରେ କାନ୍ଦି ମଣ୍ଡପ ତଳେ ଗଡ଼ି ଯାଇଥିଲା। ଝିଅର ଏଭଳି କାନ୍ଦ ମୁଁ ସହି ପାରି ନଥିଲି। ବାଧ୍ୟ ହୋଇ ମୁଁ ତାକୁ କୋଳକୁ ନେଇଥିଲି। କେଳରେ ଧରି ଥିବା ଅବସ୍ଥାରେ ମୋ ବିବାହ ସମ୍ପନ୍ନ ହୋଇଥିଲା।