ମିଲିଟାରି ଟ୍ରେନିଂରେ ଯୋଗ ନ ଦେବା ପାଇଁ ୮୧ ବର୍ଷୀୟା ଦିବ୍ୟାଙ୍ଗ ବୃଦ୍ଧାଙ୍କୁ ବିବାହ କରିଛନ୍ତି ୨୪ ବର୍ଷିୟ ଯୁବକ

ନୂଆଦିଲ୍ଲୀ: ୟୁକ୍ରେନର ଜଣେ ୨୪ ବର୍ଷିୟ ଯୁବକ ଆଲେକଜାଣ୍ଡର ନିଜଠାରୁ ୫୭ ବର୍ଷ ବଡ଼ ଦିବ୍ୟାଙ୍ଗ ବୃଦ୍ଧାଙ୍କୁ ବିବାହ କରିବାର ଦୁଇ ବର୍ଷପରେ ଏବେ ପୁଣି ଚର୍ଚ୍ଚାର ବିଷୟ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ୨୪ ବର୍ଷ ବୟସ୍କ ଆଲେକଜାଣ୍ଡର ନିଜର ଜଣେ ଦୂରସଂପର୍କୀୟଙ୍କ ଜେଜେମା ୮୧ ବର୍ଷୀୟା ଜିନୈଦାଙ୍କୁ ଦୁଇ ବର୍ଷ ତଳେ ବିବାହ କରିଥିଲେ। ମିଲିଟାରି ଟ୍ରେନିଂରେ ଯୋଗ ନ ଦେବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ଆଲେକଜାଣ୍ଡର ।

ସେଠାକାର ଆଇନ ମୁତାବକ, କୌଣସି ଦିବ୍ୟାଙ୍ଗ ପତ୍ନୀଙ୍କ ଭରଣପୋଷଣ ପାଇଁ ଦାୟୀ ଥିବା ସ୍ବାମୀଙ୍କୁ ହିଁ ଏହି ଟ୍ରେନିଂରୁ ବାଦ ଦିଆଯାଇଥାଏ ।ଖାସ ଏଥିପାଇଁ ଆଲେକଜାଣ୍ଡର ଟ୍ରେନିଂ ନ ନେବା ପାଇଁ ଏଭଳି କାମ କରିଛନ୍ତି । ଆଲେକ ଜାଣ୍ଡରଙ୍କୁ ୨୨ ବର୍ଷ ହୋଇଥିବା ବେଳେ ତାଙ୍କୁ ମିଲିଟାରି ଟ୍ରେନିଂ ଲାଗି ଡାକରା ଆସିଥିଲା, ହେଲେ ସେ ସେହି ସମୟରେ ଭିନିସ୍ତା ସହରର ବେକୋଭ କାଠାରେ ଜିନୈଦାଙ୍କୁ ବିବାହ କରିଥିଲେ।

Image result for 24 year man marries 81 year old old handicapped woman
image source-LADbible

ତେବେ ଏସଂକ୍ରାନ୍ତରେ ସେଠାକାର ସରକାର ଅବଗତ ହେବା ପରେ ଆଲେକଜାଣ୍ଡରଙ୍କ ସଂପର୍କରେ ପୁଲିସ ତଦନ୍ତ କରିବାପରେ ଜାଣିବାକୁ ପାଇଲା ଯେ, ଉଭୟେ ପରମ୍ପରା ଅନୁଯାୟୀ ବିବାହ କରିଛନ୍ତି।  ଏହାପରେ ଆଲେକଜାଣ୍ଡରଙ୍କୁ ମିଲିଟାରି ଟ୍ରେନିଂରୁ ବାଦ୍ ଦିଆଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର