ଏହି ତାରିଖରେ ବାହା ହେବେ ମୁକେଶ ଅମ୍ବାନୀଙ୍କ ପୁଅ ଆକାଶ , ଜାଣନ୍ତୁ କେବେ ରିସେପସନ୍‌

ମୁମ୍ବାଇ: ଭାରତର ଜଣାଶୁଣା ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ପୁଅ ଆକାଶ ଅମ୍ବାନୀ ଓ ଶ୍ଲୋକା ଅମ୍ବାନୀଙ୍କ ବାହାଘର ତାରିଖ ଏବେ ସାମ୍ନାକୁ ଆସିଛି। ତାଜା ଖବର ଅନୁଯାୟୀ ମୁକେଶ ଅମ୍ବାନୀ ଓ ଶ୍ଲୋକା ମେହେଟ୍ଟା ଆଗାମୀ ମାର୍ଚ୍ଚ ୯ ତାରିଖରେ ବିବାହ ବନ୍ଧନରେ ଆବଦ୍ଧ ହେବେ। ଏହି ବିବାହ ଉତ୍ସବ ମୁମ୍ବାଇର ଜିଓ ଓ୍ଵାର୍ଲଡ ସେଣ୍ଟରରେ ତିନି ଦିନ ଯାଏଁ ଚାଲିବ। ଆକାଶ ଅମ୍ବାନୀ ବରଯାତ୍ରୀଙ୍କ ଗହଣରେ ଅପରାହ୍ନ ସାଢେ ତିନିଟା ସମୟରେ ଜିୟୋ ସେଣ୍ଟରରେ ପ୍ରବେଶ କରିବେ। ଆକାଶ ଓ ଶ୍ଲୋକାଙ୍କ ବାହାଘରର ଗ୍ରାଣ୍ଡ ୱେଡିଂ ସେଲିବ୍ରେସନ୍‌ ମଧ୍ୟ ମାର୍ଚ ୧୦ ତାରିଖରେ ହେବ। ଏହି ଫଙ୍କସନ୍‌ ଜିୟୋ ଓ୍ଵାର୍ଲଡ ସେଣ୍ଟରରେ ଆୟୋଜିତ ହେବ।

ଏହାପରେ ମାର୍ଚ୍ଚ ୧୧ ତାରିଖରେ ରିସେପ୍‌ସନ୍‌ ପାର୍ଟି ହେବ। ଏଥିରେ ପରିବାର ଲୋକ ଓ କେବଳ ଅନ୍ତରଙ୍ଗ ବନ୍ଧୁମାନେ ସାମିଲ ହେବେ। ଏହା ବି ଜିୟୋ ସେଣ୍ଟରରେ ଆୟୋଜିତ ହେବ। ବିବାହ ପୂର୍ବରୁ ଆକାଶ ନିଜର ସାଙ୍ଗମାନଙ୍କ ପାଇଁ ସୁଇଜରଲାଣ୍ଡରେ ବ୍ୟାଚେଲର ପାର୍ଟି ଦେବେ। ଏଥିରେ ବଲିଉଡର ସେଲିବ୍ରିଟି ରଣବୀର କପୁର ଓ କରଣ ଜୋହର ମଧ୍ୟ ସାମିଲ ହେବେ। ଏଠାରେ ସୂଚନାଯୋଗ୍ୟ ଯେ ୨୦୧୮ ଜୁନ୍‌ ମାସରେ ଆକାଶ ଓ ଶ୍ଳୋକାଙ୍କର ନିର୍ବନ୍ଧ ହୋଇଥିଲା।

ସମ୍ବନ୍ଧିତ ଖବର