ଭାରତୀୟ ବାହାଘରରେ ରହିଛି ଏସବୁ ଅଜବ ପରଂପରା!

ଭାରତୀୟ ପରଂପରାରେ ବିବାହ ହେଉଛି ଏକ ବଡ଼ ଅନୁଷ୍ଠାନ। ବିବାହ ସମୟରେ ବିଭିନ୍ନ ଅଜବ ପରଂପରା ବି ରହିଛି। ଆସନ୍ତୁ ସେଥିରୁ କିଛି ଜାଣିବା । ଓଡ଼ିଆ ଏବଂ ବଙ୍ଗଳା ଘରେ ପୁଅର ବାହାଘର ମାଆ ଦେଖନ୍ତି ନାହିଁ। କୁହାଯାଏ ଯେ,ଏହା ଦଂପତିଙ୍କ ପାଇଁ ଅଶୁଭ।

ତାମିଲ ବାହାଘରରେ ଏ ଅଜବ ପରଂପରା ରହିଛି। ଏଠି ବର ସନ୍ନ୍ୟାସୀ  ହେବା ପାଇଁ ମଣ୍ଡପରୁ ଦୌଡେ ଓ କନ୍ୟା ପିତା  ତାଙ୍କୁ ଅଟକାଇବାର ପ୍ରୟାସ କରନ୍ତି।

ଗୁଜୁରାଟି ବାହାଘରରେ ବରର ଶାଶୁ ଆରତୀ କରିବା ପରେ ବରର ନାକ ଟାଣି ତାଙ୍କୁ ସ୍ୱାଗତ କରିଥାନ୍ତି। ସିନ୍ଧିି ବାହାଘରରେ ବରର ସାଙ୍ଗ ଓ ସଂପର୍କୀୟମାନେ ବରର କପଡ଼ା ଛିଣ୍ଡାଇଥାନ୍ତି। ଏହା ବରର ପୁରୁଣା ଜୀବନର ଶେଷ ଓ ନୂଆ ଜୀବନର ଆରମ୍ଭ ବୋଲି ଦର୍ଶାଇଥାଏ।

ବିହାରୀ ବାହାଘରରେ କନ୍ୟା ନିଜ ମୁଣ୍ଡ ଉପରେ କେତେକ ମାଟି ଘଡି ରଖି ବଡ଼ ମାନଙ୍କର ପାଦ ଛୁଇଁ ଆଶୀର୍ବାଦ ନେଇଥାଏ। ଏହା ଦାୟିତ୍ୱରେ ସନ୍ତୁଳନ ବୋଲି କୁହାଯାଏ।

ପଞ୍ଜାବୀ ବାହାଘରରେ କନ୍ୟାର ମାଆ ନିକଟସ୍ଥ ମନ୍ଦିରରୁ ପାଣି ଆଣିଥାଏ। ସେହି ପାଣିରେ କନ୍ୟା ଗାଧୋଇବା ପରେ ବାହାଘର ଶାଢ଼ି ପିନ୍ଧିଥାଏ।

ଉତ୍ତର ପ୍ରଦେଶରେ ବର ଓ ବରଯାତ୍ରୀମାନଙ୍କ ଉପରକୁ ଟମାଟୋ ଫିଙ୍ଗାଯାଇ ସ୍ୱାଗତ କରାଯାଏ। ମରାଠୀ ବାହାଘରରେ କନ୍ୟାର ଭାଇ ବରର କାନ ଟାଣି ତାକୁ ନିଜ ଭଉଣୀର ଯତ୍ନ ନେବାକୁ କହିଥାଏ।

 

ସମ୍ବନ୍ଧିତ ଖବର