ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ଦୁଇ ବର୍ଷ ହେଲାଣି ଲୋକେ ଘରେ ବନ୍ଦୀ ହୋଇ ରହିଛନ୍ତି | ସଂକ୍ରମଣକୁ ରୋକିବା ପାଇଁ ଏବେ ବି ଅନେକ ଘରୋଇ କମ୍ପାନି ନିଜ କର୍ମଚାରୀମାନଙ୍କୁ ଘରେ ରହି କାମ କରିବାକୁ କହିଛନ୍ତି | ହେଲେ ଗତ ଦୁଇ ବର୍ଷ ହେଲାଣି ଘରେ ରହି କାମ କରୁଥିବା ଜଣେ କର୍ମଚାରୀଙ୍କ ପତ୍ନୀ ଯେଉଁ ଦାବି କରିଛନ୍ତି ତାକୁ ନେଇ ଚର୍ଚ୍ଚା ଜୋର ଧରିଛି |
ବ୍ୟବସାୟ ଟାଇକୁନ୍ (ବିରାଟ ବ୍ୟବସାୟୀ) ହର୍ଷ ଗୋଏଙ୍କା ସେୟାର କରିଥିବା ଏକ ଟ୍ୱିଟରେ ତାଙ୍କର ଜଣେ କର୍ମଚାରୀଙ୍କ ପତ୍ନୀ ଲେଖିଛନ୍ତି ଯେ, ମୋ ସ୍ୱାମୀ କରୋନା ଟିକାର ଦୁଇଟି ଡୋଜ ନେଇ ସାରିଛନ୍ତି ଏବଂ ସମସ୍ତ କରୋନା କଟକଣା ମାନିବେ | ତାଙ୍କୁ ଏବେ ଅଫିସରୁ କାମ କରିବାକୁ କୁହନ୍ତୁ | ଘରୁ କାମ କରିବା ସମୟରେ ମୋ ସ୍ୱାମୀ ଦିନକୁ ୧୦ଥର କଫି ମାଗୁଛନ୍ତି | ସବୁ ଘରେ ବସି କାମ କରିବା ସହ ଘର ଅପରିଷ୍କାର କରୁଛନ୍ତି | ଅନେକ ଥର ଖାଇବାକୁ ମାଗୁଛନ୍ତି | ଏମିତିକି କନଫରେନ୍ସ କଲରେ ଶୋଇପଡୁଛନ୍ତି | ଯଦି ସେ ଘରୁ କାମ କରିବା ଜାରି ରଖନ୍ତି, ତେବେ ଆମର ଛାଡ଼ପତ୍ର ହୋଇଯିବ |
Don’t know how to respond to her….😀 pic.twitter.com/SuLFKzbCXy
— Harsh Goenka (@hvgoenka) September 9, 2021
ବ୍ୟବସାୟ ଟାଇକୁନ୍ ହର୍ଷ ଗୋଏଙ୍କା ଲେଖାକୁ ଟ୍ୱିଟ କରିବା ସହ କ୍ୟାପସନରେ ଲେଖିଛନ୍ତି ଯେ, ମୁଁ ତାଙ୍କୁ କ'ଣ ଉତ୍ତର ଦେବି ଜାଣିପାରୁନାହିଁ |