ବିବାହ ପୂର୍ବରୁ କନ୍ୟା ଘରେ ନିଆଁ ଲାଗି ସବୁ ଜଳିଗଲା, କନ୍ୟା ମାତା-ପିତାଙ୍କ ଚିକିତ୍ସା ପାଇଁ ୨୦ ହଜାର ଟଙ୍କା ଦେବା ସହ ୧୦ ବରଯାତ୍ରୀ ନେଇ ପହଞ୍ଚିଲା ବର

ବୋତିଆ(ବିହାର): ଜୁନ୍‌ ୧୮ରେ ଗାଁରେ ନିଆଁ ଲାଗି ୧୮ଟି ଘର ଜଳି ଯାଇଥିଲା । ସେଥି ମଧ୍ୟରୁ ଗୋଟେ ଥିଲା ବସନ୍ତ ଚୌହାନଙ୍କ ଘର । ବସନ୍ତ ଚୌହାନଙ୍କ ଝିଅର ବିବାହ ତାରିଖ ଜୁନ୍‌ ୨୫ରେ ଠିକ୍‌ କରାଯାଇଥିବା ବେଳେ ବିବାହ ପାଇଁ କିଣା ଯାଇଥିବା ସବୁ ଜିନିଷ ଲାଗିଥିବା ନିଆଁରେ ଜଳି ଯାଇଥିଲାା ଏହା ସହ ଚୌହାନ ଦମ୍ପତି ଏବଂ ତାଙ୍କ ପରିବାରର ଅନ୍ୟ ସଦସ୍ୟ ମଧ୍ୟ ଏହି ଦୁର୍ଘଟଣାର ଶିକାର ହୋଇଥିଲେ । ବର୍ତ୍ତି ଯାଇଥିଲେ ବସନ୍ତ ଚୌହାନଙ୍କ ଝିଅ ଭାଗ୍‌ମନି ଚୌହାନ । ଏଭଳି ପରିସ୍ଥିତିରେ ବିବାହ କାର୍ଯ୍ୟ କିପରି କରାଯିବ ସେ ନେଇ ସମସ୍ତେ ଭାବୁଥିବା ବେଳେ ଗାଁ ଲୋକେ ଗାଁର ଝିଅକୁ ବିବାହ କରାଇବେ ବୋଲି ନିଷ୍ପତ୍ତି ନେଲେ ।

bhaskar.com

ଅନ୍ୟ ପକ୍ଷରେ କନ୍ୟାପକ୍ଷର ପରିସ୍ଥିତି ଦେଖି ଯୋଜନାରେ ପରିବର୍ତ୍ତନ ଆଣିଥିଲେ ବରପକ୍ଷ ଲୋକ । ସୋମବାର ବିବାହ ଦିନ ଥିବାରୁ ବର ୧୦ଜଣ ବରଯାତ୍ରୀ ନେଇ କନ୍ୟା ଘରେ ପହଞ୍ଚିଥିଲା । ଏହା ସହ କନ୍ୟାର ମାତା-ପିତାଙ୍କ ଚିକିତ୍ସା ପାଇଁ ବରର ବାପା ୨୦ ହଜାର ଟଙ୍କା ସହାୟତା କରିଥିଲେ । ଅନ୍ୟ ପକ୍ଷରେ କନ୍ୟାର ମାତା-ପିତାଙ୍କ ଅବସ୍ଥା ଭଲ ନଥିବାରୁ କନ୍ୟାଦାନ କରିଥିଲେ ସ୍ଥାନୀୟ ସରକାରୀ ସ୍କୁଲର ପ୍ରଧାନ ଶିକ୍ଷକ ସଞ୍ଜୟ ସିଂ । କନ୍ୟାର ବଡ଼ବାପା ବିବାହ ପରେ ଏଭଳି ପରିବାର ଭାଗ୍ୟରେ ଥିଲେ ମିଳେ ବୋଲି କହିଥିଲେ । ବିବାହ କରି ଆମେ କନ୍ୟାର ମାତା-ପିତାଙ୍କ କଷ୍ଟକୁ ଟିକେ କମ କରିବାକୁ ଚାହୁଁଛୁ ବିବାହ ପରେ ବର ନିଜର ମତ ରଖିଥିଲେ। ସୂଚନା ମୁତାବକ, ଜୁନ୍‌ ୧୭ରେ ଭାଗ୍‌ମନିଙ୍କ ବିବାହ ପାଇଁ ମିଠା ତିଆରି ଚାଲିଥିବା ବେଳେ ସିଲିଣ୍ଡର ଫାଟି ନିଆଁ ଲାଗି ଯାଇଥିଲା । ଯେଉଁଥିରେ ଘରେ ଥିବା ସବୁ ଜିନିଷ ଜଳି ଯାଇଥିଲା ।

ସମ୍ବନ୍ଧିତ ଖବର