ଗୋଟିଏ ବିବାହ ମଣ୍ଡପରେ ପ୍ରେମିକା ଓ ପତ୍ନୀଙ୍କ ହାତ ଧରିଲେ ସିଆରପିଏଫ ଯବାନ, ଗ୍ରାମବାସୀ ହେଲେ ଚକିତ
ଛତିଶଗଡ଼: ଛତିଶଗଡ଼ରେ କିଛି ଏମିତି ଘଟଣା ଘଟିଛି ଯାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଜଶପୁରର ବଘଡୋଲ ଗ୍ରାମ ପଞ୍ଚାୟତରେ ଏକ ଅଦ୍ଭୁତ ଘଟଣା ଘଟିଛି। ଜଣେ ସିଆରପିଏଫ୍ ଯବାନ ଗୋଟିଏ ମଣ୍ଡପରେ ଦୁଇଜଣଙ୍କୁ ବିବାହ କରିଛନ୍ତି। ଏକାଠି ଏହି ବିବାହରେ ଜଣେ ଯୁବତୀ ଯବାନଙ୍କ ଗାର୍ଲଫ୍ରେଣ୍ଡ ୍ଥିବା ବେଳେ ଅନ୍ୟ ଜଣେ ତାଙ୍କ ପତ୍ନୀ ବୋଲି ଜଣାପଡ଼ିଛି। ଏହାର ଅର୍ଥ ସିଆରପିଏଫ୍ ଯବାନ ପତ୍ନୀ ଓ ପ୍ରେମିକଙ୍କୁ ଏକାଠି ବିବାହ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସିଆରପିଏଫ୍ ଯବାନ ଅନିଲ ପଖରା ଜଶପୁରରେ ବସବାସ କରନ୍ତି ଏବଂ ସେ ବାରାଣାସୀରେ ଚାକିରି କରନ୍ତି। ବିବାହ ପାଇଁ ସେ ଗାଁକୁ ଆସିଥିଲେ । ଚାରି ବର୍ଷ ପୂର୍ବରୁ ତାଙ୍କର ବିବାହ ପାଖ ଗ୍ରାମରେ ରହୁଥିବା ମହିଳାଙ୍କ ସହିତ ହୋଇଥିଲା। ବିବାହର କିଛି ଦିନ ପରେ ସେ ଜଣେ ଅଙ୍ଗନବାଡି କର୍ମୀଙ୍କ ପ୍ରେମରେ ପଡ଼ି ଯାଇଥିଲେ।
ବାଘଡୋଲ ଗ୍ରାମ ପଞ୍ଚାୟତର ସରପଞ୍ଚ ଲଲିତ ନାଗେଶଙ୍କ କହିବାନୁସାରେ, ମୁଁ ମୋର ଜୀବନରେ ପ୍ରଥମ ଥର ଏମିତି ବିବାହ ଦେଖିଛି। ଯେଉଁଠାରେ ଜଣେ ବ୍ୟକ୍ତି ଏକାସହିତ ଦୁଇଟି ମହିଳାଙ୍କ ସହିତ ସମ୍ପୂର୍ଣ୍ଣ ରୀତିନୀତି ଅନୁଯାୟୀ ବିବାହ କରିଥିଲେ। ତେବେ ସିଆରପିଏଫ୍ ଯବାନଙ୍କ ଅଙ୍ଗନବାଡି କର୍ମୀଙ୍କ ସହିତ ସମ୍ପର୍କ ଥିବା କଥା ତାଙ୍କ ପତ୍ନୀ ଜାଣିଥିଲେ। ଏହାପରେ ଅଙ୍ଗନବାଡି କର୍ମୀଙ୍କ ସହିତ ସ୍ୱାମୀଙ୍କ ବିବାହକୁ ସେ ସ୍ୱୀକାର କରିଥିଲେ। ପତ୍ନୀଙ୍କ ନିଷ୍ପତ୍ତି ପରେ ଯବାନ ଏଭଳି ରୋଚକ ବିବାହ କରିଥିଲେ।