ପୃଥିବୀରେ ଜନ୍ମ ହେବା ପୂର୍ବରୁ ରୁଷୀୟ ଯୁବକ ମଙ୍ଗଳ ଗ୍ରହରେ ଥିଲେ

ନୂଆଦିଲ୍ଲୀ: ଜଣେ ଋଷୀୟ ଯୁବକ ଏବେ ଘୋଷଣା କରିଛନ୍ତି ଯେ ସେ ପୁନର୍ଜନ୍ମ ଲାଭ କରିବା ପୂର୍ବରୁ ମଙ୍ଗଳ ଗ୍ରହରେ ବସବାସ କରୁଥିଲେ । ଏହି ୨୦ ବର୍ଷୀୟ ଯୁବକଙ୍କ ନାମ ହେଲା ବୋରିସ୍କା-କିପ୍ରିୟାନ୍‌ ଓଭିଚ୍‌। ତାଙ୍କ ପିତାମାତାଙ୍କ କହିବା ଅନୁଯାୟୀ ପୁଅ ଜନ୍ମ ହେବାର ମାତ୍ର କିଛି ସମୟ ପରେ କଥା କହିବା ଆରମ୍ଭ କରିଥିଲା । ତା’କୁ ଶିକ୍ଷା ଦିଆ ଯାଇ ନଥିବା ପ୍ରସଙ୍ଗରେ ବି ସେ ଅନର୍ଗଳ ଭାଷଣ ଦିଏ । ଏପରିକି ବାହ୍ୟ ଗ୍ରହ ( ଏଲିଏନ୍‌) ସଭ୍ୟତା ସଂପର୍କରେ ବି ଅନେକ କଥା କୁହେ, ଯାହା ସେମାନେ ଆଶ୍ଚର୍ଯ୍ୟ ଚକିତ ହୁଅନ୍ତି ।

ବୋରିସ୍କା ଦୁଇବର୍ଷର ହେବା ବେଳକୁ ଲେଖିବା ଓ ପଢିବା ସାଙ୍ଗକୁ ଚିତ୍ରାଙ୍କନ ବି ଶିଖି ଯାଇଥିଲା । ଡେଲି ମେଲର ରିପୋର୍ଟ ଅନୁଯାୟୀ ବୋରିସ୍କାଙ୍କର ମାଆ ଜଣେ ଡାକ୍ତର । ତାଙ୍କ ମାଆଙ୍କ କହିବା ଅନୁଯାୟୀ ପୁଅ ମାତ୍ର ଦୁଇ ସନ୍ତାନର ହେବା ମାତ୍ରେ ଅନ୍ୟର ସହାୟତା ନ ନେଇ ନିଜ ମୁଣ୍ଡକୁ ଟେକି ଧରି ପାରୁଥିଲା । ବୋରିସ୍କା କହୁଛନ୍ତି ଯେ ସେ ଭୟାଭୟ ଯୁଦ୍ଧର ଗ୍ରହ ମଙ୍ଗଳ ଗ୍ରହରେ ବସବାସ କରୁଥିଲା । ପୃଥିବୀ ପୃଷ୍ଠରେ ତା’ର ପୁନର୍ଜନ୍ମ ହୋଇଛି । ସେ ଆହୁରି ମଧ୍ୟ କହୁଛନ୍ତି ଯେ ଏହି ଲାଲ ଗ୍ରହରେ ନିବାସୀମାନଙ୍କର ଉଚ୍ଚତା ପ୍ରାୟ ୭ ଫୁଟ୍‌ । ସେମାନେ ଅଙ୍ଗାରକ୍ଳାମ ଗ୍ୟାସରେ ଶ୍ୱାସକ୍ରିୟା କରିଥାଆନ୍ତି । ମଙ୍ଗଳ ଗ୍ରହ ଲୋକଙ୍କର ୩୫ ବର୍ଷ ହେବା ପରେ ସେମାନେ ଆଉ ବଢନ୍ତି ନାହିଁ ।
ଜଣେ ସ୍କୁଲ ଛାତ୍ର ବୋରିସ୍କା ମଙ୍ଗଳ ଗ୍ରହର ଅଧିବାସୀ ମାନଙ୍କର ପ୍ରାଚୀନ ଇଜ୍‌ପ୍ଟି ଅଧିବାସୀମାନଙ୍କ ସହିତ ମଜଭୁତ ସଂପର୍କ ରହିଛି । ସେ ଥରେ ପାଇଲଟ୍‌ ଭାବେ ଉକ୍ତ ଗ୍ରହ ପରିଦର୍ଶନ କରିଥିବାର ମଧ୍ୟ କହିଛନ୍ତି । ବୋରିସ୍କା କହିଛନ୍ତି ଯେ ପୃଥିବୀର ମଧ୍ୟ ନାଟକୀୟ ପରିବର୍ତ୍ତନ ଘଟିବ । ଯେତେବେଳେ ଗିଜାରେ ଥିବା ଜ୍ରେଟ୍‌ ସ୍ଫିନ୍‌କସ ମୂର୍ତ୍ତିର ତାଲା ଖୋଲାଯିବ, ସେତେବେଳେ ଏକ ବିରାଟ ପରିବର୍ତ୍ତନ ଘଟିବ । ଏହି ଯାନ୍ତ୍ରିକ ପଦ୍ଧତି ତାଙ୍କର କାନ ପଛରେ ଲୁଚି ରହିଛି ବୋଲି କହିଛନ୍ତି ବୋରିସ୍କା ।

ସମ୍ବନ୍ଧିତ ଖବର