ନୂଆଦିଲ୍ଲୀ: କୋଭିଡ୍-୧୯କୁ ଦୂରେଇ ରଖିବାକୁ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ଜନଜାତି ସମ୍ପ୍ରଦାୟ ଔଷଧୀୟ ଗୁଣ ଥିବା ପତ୍ର ତିଆରି ମାସ୍କ୍ ପିନ୍ଧୁଛନ୍ତି। ଦାରିଦ୍ର୍ୟ ପ୍ରପୀଡ଼ିତ ବନବାସୀ ଏଥିଯୋଗୁଁ ଉପକୃତ ମଧ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ କେହି କରୋନାଭାଇରସ୍ ଦ୍ବାରା ସଂକ୍ରମିତ ହୋଇ ନାହାନ୍ତି।
ଦେଶରେ କୋଭିଡ୍-୧୯ ସଂକ୍ରମଣ ହେବାର ଆଦ୍ୟ ସମୟରେ ଘନ ଅରଣ୍ୟରେ ବାସ କରୁଥିବା ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ଆଦିମ ଜନଜାତି ନିଜେ ନିଜର ମାସ୍କ୍ ତିଆରି କଲେ। ଔଷଧୀୟ ଗୁଣ ଥିବା ଅଳ୍ପ କେତୋଟି ବୃକ୍ଷ ଚୟନ କରି ସେମାନେ ତା’ ପତ୍ରରେ ତିଆରି କଲେ ମୁଖାବରଣ।
/sambad/media/post_attachments/wp-content/uploads/2020/08/Mulugua-1-300x189.jpg)
‘ନେଚର୍’ ନାମକ ‘ଏନ୍ଜିଓ’ର ନିର୍ଦେଶକ ଏସ୍ ବାଳରାଜୁ କହନ୍ତି, ଉତ୍ତର ଓ ଉପକୂଳବର୍ତ୍ତୀ ଆନ୍ଧ୍ରର କେତେଗୁଡ଼ିଏ ଜନଜାତି ଅଞ୍ଚଳରେ ପ୍ରାୟ ୧୫୦୦୦ ଲୋକ ପତ୍ର-ମାସ୍କ୍ ବ୍ୟବହାର କରୁଛନ୍ତି। ଆନ୍ଧ୍ରପ୍ରଦେଶ-ତେଲେଙ୍ଗାନା ସୀମାନ୍ତ ଅଞ୍ଚଳ ଅନ୍ତର୍ଗତ ଭଦ୍ରାଚଳମ୍ର ନିଘଞ୍ଚ ଅରଣ୍ୟରେ ବାସ କରୁଥିବା ଜନଜାତି ହିଁ ପତ୍ର-ମାସ୍କ୍ ପିନ୍ଧିବା ଆରମ୍ଭ କରିଥିଲେ।
ସେଠାରୁ ଏ ଉପାୟ ଆନ୍ଧ୍ରପ୍ରଦେଶର ନଲ୍ଲମାଲା, ୟେରାମାଲା ଏବଂ ଆରାକୁ ଓ ତେଲେଙ୍ଗାନାର ଆଦିଲ୍ବାଦ, ଖମ୍ମାମ ଏବଂ ୱାରାଙ୍ଗଲ୍ ଜନତାତିଙ୍କ ପାଖକୁ ଆସିଥିଲା। ସ୍ଥାନୀୟ ଅଞ୍ଚଳରେ ମିଳୁଥିବା ଭିନ୍ନ ଭିନ୍ନ ପତ୍ର ଯଥା:- ଶାଳ, ଶାଗୁଆନ, ତାଳ, କରଞ୍ଜ ଏବଂ ଗବଗଛକୁ ଆଧାର କରି ଜନଜାତି ସମ୍ପ୍ରଦାୟ ମାସ୍କ ତିଆରି କଲେ। ଏ ସବୁ ସେମାନଙ୍କୁ ପ୍ରାୟ ୫ ଘଣ୍ଟା ସୁରକ୍ଷା ଦେଉଥିଲା।
ପରେ ଅବଶ୍ୟ ସରକାର ଜନଜାତି ସମ୍ପ୍ରଦାୟଙ୍କୁ ମୁଣ୍ଡପିଛିା ତିନିଟି ଲେଖାଏଁ ମାସ୍କ୍ ବାଣ୍ଟିଥିଲେ।